Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟନେଲରେ ଫସିଥିବା ଶ୍ରମିକଙ୍କ ପାଇଁ ଶେଷ ହେବ କାଳ ରାତ୍ରି, ଆଉ ୧୫ ଘଣ୍ଟାରେ ପୂରା ହୋଇପାରେ ରେସକ୍ୟୁ ଅପରେସନ

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଲକ୍ୟାରା ଟନେଲ୍ ଦୁର୍ଘଟଣାରେ ଫସିଥିବା କର୍ମଚାରୀଙ୍କ ସଙ୍କଟ ଶୀଘ୍ର ସମାପ୍ତ ହୋଇପାରେ। ପିଏମଓର ପୂର୍ବତନ ପରାମର୍ଶଦାତା ଭାଷ୍କର ଖୁଲବେ ବୁଧବାର କହିଛନ୍ତି, ସିଲକ୍ୟାରାରେ ଯେଉଁ ଗତିରେ ପାଇପ୍ ପକାଯାଉଛି ସେହି ହିସାବରେ ରେସକ୍ୟୁ ଅପରେସନ ଆଜି ରାତି ସରିଯିବ ବୋଲି ଆଶା କରାଯାଉଛି।

ସେ କହିଛନ୍ତି, ଏ ପର୍ଯ୍ୟନ୍ତ ୮୦୦ ଏମଏମର ପାଇପ୍ ୪୦ ମିଟର ଭିତରକୁ ଯାଇ ସାରିଛି। ସୂଚନା ଅନୁଯାୟୀ, ୫୩ ମିଟର ପାଇପ୍ ଯାଇ ସାରିବା ପରେ ଶ୍ରମିକଙ୍କୁ ବାହାର କରାଯାଇ ପାରିବ। ବାକି ପାଇପ୍ ଭର୍ତ୍ତି କାମ ଜୋରସୋରରେ ଚାଲିଛି। ଯେଉଁଭଳି ଭାବେ ଡ୍ରିଲ୍ କରାଯାଇ ପାଇପ୍ ଭିତରକୁ ଭର୍ତ୍ତି କରାଯାଉଛି, ସେମିତି ଚାଲିଲେ ଆଉ ୧୫ ଘଣ୍ଟା ଭିତରେ ଅପରେସନ ପୂରା ହୋଇଯାଇପାରେ।

ରେସକ୍ୟୁ ଅପରେସନକୁ ନେଇ ବିଆରଓର ମେଜର ନମନ ନରୁଲା କହିଛନ୍ତି, ରେସକ୍ୟୁ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଟନେଲର ଅନ୍ୟ ପାର୍ଶ୍ଵର ସର୍ଭେ କାମ ପୁରା ହୋଇ ସାରିଛି। ସମସ୍ତ ମେସିନ ପହଞ୍ଚି ସାରିଛି, ଯଦ୍ଵାରା ଆବଶ୍ୟକ ପଡ଼ିଲେ ଅନ୍ୟ ପାର୍ଶ୍ଵରୁ ଅପରେସନ ଆରମ୍ଭ ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଲଗାତାର ଫୋନ ଯୋଗେ ଉଦ୍ଧାରକାମ ବିଷୟରେ ପଚାରି ବୁଝୁଛନ୍ତି। ଉଲ୍ଲେଖନୀୟ ନଭେମ୍ବର ୧୨ରୁ ଟନେଲରେ ୪୧ ଶ୍ରମିକ ଓ କର୍ମଚାରୀ ଫସି ରହିଛନ୍ତି।