Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୬ରେ ଆସୁଛି ଆଉ ଏକ ଲଘୁଚାପ, ନେଇପାରେ ବାତ୍ୟାର ରୂପ

ଭୁବନେଶ୍ଵର: ପୁଣି ଆସୁଛି ଆଉ ଏକ ଲଘୁଚାପ। ନଭେମ୍ବର ୨୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରିବର୍ତ୍ତୀ କାଳରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ଅବପାତର ରୂପ ନେବ। ଲଘୁଚାପ ଓ ଅବପାତ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅବପାତ ପରବର୍ତ୍ତୀ ଅବସ୍ଥାରେ କି ରୂପ ନେବ ସ୍ପଷ୍ଟ ହୋଇନି।

୨୯ ତାରିଖବେଳକୁ ସମୁଦ୍ର ଭିତରେ ଏହା ବାତ୍ୟା ରୂପ ନେଇପାରେ । ଡିସେମ୍ବର ୨ କିମ୍ବା ୩ ତାରିଖ ବେଳକୁ ଏହା ଆନ୍ଧ୍ର ଉପକୂଳ ଛୁଇଁପାରେ ବୋଲି ଜିଏଫଏସ୍ ମଡେଲ୍ ବର୍ତ୍ତମାନ ପୂର୍ବାନୁମାନ କରିଛି । ହେଲେ ଏହା କେବଳ ପ୍ରାକ୍ ଆକଳନ । ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ନେଇ ନିର୍ଦ୍ଦିଷ୍ଟ ଭାବେ ଆଗୁଆ ପୂର୍ବାନୁମାନ କରିବା ସହଜ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ରୂପ ନେଇ ଛୋଟ ବାତ୍ୟାରେ ପରିଣତ ହୋଇଥିଲା। ହେଲେ ଏହା ସମୟକ୍ରମେ ଦୁର୍ବଳ ହୋଇ ବାଂଲାଦେଶ ଆଡ଼କୁ ମୁହାଁଇଥିଲା। ଏହାରି ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ