Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ଜମି ଅନ୍ୟତ୍ର ବିକ୍ରି ପ୍ରତ୍ୟାହାର କରିବା ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ।

କୋକସରା୨୨୧୧ ଓଡିଶା ସରକାରଙ୍କ ପକ୍ଷରୁ ଗତ ୧୪/୧୧/୨୩ କ୍ୟାବିନେଟ ରେଜୁଲେସନ ୨ ରେ ଆଦିବାସୀ ଙ୍କ ଜମି ଅଣ ଆଦିବାସୀ ଙ୍କୁ ବିକ୍ରି କରିବା ପ୍ରସଙ୍ଗ ରେ ନିଆ ଯାଇଥିବା ନିଷ୍ପତ୍ତି କୁ ପ୍ରତ୍ୟାହୃତ କରିବା ପାଇଁ ଓଡିଶା ରେ ଆଦିବାସୀ ଙ୍କ।ମଧ୍ୟରେ ତୀବ୍ର ବିରୋଧ ଦେଖା ଦେଇଛି । ବୁଧବାର ଏହି ସଂକ୍ରାନ୍ତରେ କୋକସରା ବ୍ଲକ ଆଦିବାସୀ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ କୋକସରା ଅତିରିକ୍ତ ତହସିଲଦାର ଙ୍କ ଜରିଆରେ ପ୍ରଦାନ କରାଯାଇଛି।।କୋକସରା ବ୍ଲକ ଆଦିବାସୀ ସଂଘ ର ସଭାପତି ହେମନ୍ତ ମାଝୀ ଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ଋତୁରାଜ ମାଝୀ, ବ୍ଲକ ସମ୍ପାଦକ ତ୍ରିନାଥ ଶବର, ସହ ସମ୍ପାଦକ ଦୈତାରି ଭୋଇ,ଜିଲ୍ଲା ଉପ ସଭାପତି ନୀଳକଣ୍ଠ ମାଝୀ, ବ୍ଲକ ଉପ ସଭାପତି ଜୟଲାଲ ନାଏକ, ବାହାଦୂର ମାଝୀ, ବିଶ୍ୱନାଥ ମାଝୀ,ଧର୍ମାନନ୍ଦ ନେଗି,ଗଜାନନ ମାଝୀ, ଘନଶ୍ୟାମ ନାଏକ,ମୁକ୍ତେଶ୍ଵର ନାଏକ, ଦେବେନ୍ଦ୍ର ଧାରୁଆ ଓ ୨୨ ପଞ୍ଚାୟତ ର ଅନ୍ୟ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ରାଜ୍ୟ ସରକାର ଯଦି ଆଦିବାସୀ ଙ୍କ ଜମି ବିକ୍ରି ଉପରେ ଦେଇଥିବା ନିଷ୍ପତ୍ତି ପ୍ରତ୍ୟାହୃତ ନ କରନ୍ତି ତାହେଲେ ଆଗାମୀ ଦିନ ରେ ଆଦିବାସୀ ସଂଘ ଜନ ଆନ୍ଦୋଳନ କରାଯିବ ଓ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଳି ଚେତାବନୀ ଦେଇଛନ୍ତି।