Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଧାରଣ ନିର୍ବାଚନରେ ସଫଳତା ପାଇଁ ବିଜୁ ଜନତା ଦଳ କୁ ସଂଗଠିତ କରିବାର ଆବଶ୍ୟକତା ରହିଛି

ସମ୍ବଲପୁର:ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଧନକଉଡ଼ା, ରେଙ୍ଗାଲି ଓ ମାନେଶ୍ଵର ବ୍ଲକ ର ବିଜୁ ଜନତା ଦଳ ର ନେତୃସ୍ଥାନୀୟ ବ୍ୟକ୍ତି ଙ୍କୁ ନେଇ ଏକ କର୍ମୀ ସମ୍ବିଳନୀ ଆଜି ଚାନ୍ଦମୁଣ୍ଡା ଦୁର୍ଗା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଜେଡିର ବରିଷ୍ଠ ନେତା ମାନଭଞ୍ଜନ ପଶାୟତଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମୀ ସମ୍ବିଳନୀରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ପଟୁଆ ଅତିଥି ଭାବରେ ଯୋଗ ଦେଇଥିଲେ l ଏହି ପରିପେକ୍ଷୀରେ ସମାଜ ସେବାରେ ବ୍ରତୀ ସେବା ଅନୁଷ୍ଠାନର ସଭାପତି ଡ଼. ଅମର ତାଣ୍ଡିଆ ଙ୍କୁ ସମାଜ ପ୍ରତି ତାଙ୍କର ସମର୍ପଣ ମନୋଭାବ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା lଏହି କର୍ମୀ ସମ୍ବିଳନୀରେ ଦଳର ପୁରାତନ ଓ ନୂତନ ନେତୃତ୍ୱ ଯୋଗ ଦେଇଥିବାବେଳେ, ଆଗାମୀ ଦିନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାଦୃଷ୍ଟିରୁ ଦଳକୁ ଆହୁରି ସଂଗଠିତ ଓ ଶୃଙ୍ଖଳିତ କରାଯିବାକୁ ଗୁରୁତ୍ୱର ସହ ବିଚାର କରାଯିବା କଥା ବୋଲି ମତ ରଖିଥିଲେ କର୍ମୀ l ଏଥି ସହ ଗତ ନିର୍ବାଚନ ପରିଚାଳନାର ଦୋଷ ତ୍ରୁଟିକୁ ସମୀକ୍ଷା ମଧ୍ୟ କରିବା କଥା ବୋଲି ଅନେକେ ମତ ରଖିଥିଲେ l ଅତିଥି ଭାବରେ ଯୋଗ ଦେଇ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ପଟୁଆ ତାଙ୍କରି ବିଧାୟକ କାଳରେ ନିର୍ବାହ କରିଥିବା ବିଭିନ୍ନ ପ୍ରକଳ୍ପ ବିଷୟ ଉତ୍ଥାପନ କରିବା ସହ ଆଗାମୀ ସମୟରେ ବିଜେଡି ବିଧାନସଭା ପ୍ରାର୍ଥୀ ଚୟନ ପୂର୍ବରୁ ସବୁ ଦିଗକୁ ଅନୁଧ୍ୟାନ କରିବା ଅତ୍ୟନ୍ତ ଜରୁରୀ ବୋଲି ମନ୍ତବ୍ୟ ଦେଇଥିଲେ ।ନିର୍ବାଚନ ପୂର୍ବରୁ ମନ ମତାନ୍ତରକୁ ଭୁଲି ଦଳର ସଫଳତା ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ l ଆଗାମୀ ଦିନରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ କର୍ମୀ ସମ୍ବିଳନୀ ଆୟୋଜନ କରାଯିବ ବୋଲି ଶ୍ରୀ ପଶାୟତ ସୂଚନା ଦେଇଥିଲେ l
ଏହି କର୍ମୀ ସମ୍ବିଳନୀର ଆୟୋଜନରେ ଶ୍ରବଣ ବାହାଦୁର, ବିଜୟ ବେହେରା, ଚିତ୍ତରଞ୍ଜନ ମୁଣ୍ଡା, ବାପି ଧଳ, ପ୍ରମୋଦ ନାଥ ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ l

More Stories