Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

ଜମନକିରା : ଆଦିବାସୀ ଜନନେତା, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଗୋ ଉତ୍ସବ କୁଚିଣ୍ଡା ଝୁଲେନ ପୋଲ ନିକଟସ୍ଥ ଆଦିବାସୀ ଭବନରେ ପାଳିତ ହୋଇଯାଇଛି। ସୁଶ୍ରୀ ଖିତିପ୍ରଭା ବାଗଙ୍କ ସଭାପତିତ୍ବରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ଓ ସମଲେଶ୍ଵରୀ ନର୍ସିଂ କଲେଜର ମିଳିତ ଆନୁକୁଲ୍ୟ ରେ ଅନୁଷ୍ଠିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସହିଦଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। କଲେଜର ପ୍ରଶାସନିକ ଅଧିକାରୀ ରଶ୍ମିକାନ୍ତ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପରିଷଦର ଉପ-ସଭାପତି ରମେଶ ପଧାନ ସ୍ୱାଗତ ଭାଷଣ ପ୍ରଦାନ ଓ ଛାତ୍ରୀ ଫୁଲ ମନି କିଶନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଲୋଚନା ଚକ୍ର ପୂର୍ବରୁ ଦୀପାଞ୍ଜଳି ପଧାନ, ଅନିମା ମାଝୀ, ସୁପ୍ରଭା ବାଗ, ଅଙ୍କିତା ନାଏକ, ଲିପି କିଶାନ ପ୍ରମୁଖ ସ୍ୱାଗତ ସଙ୍ଗୀତରେ ଦେଶପ୍ରେମ ସଙ୍ଗୀତ ଗାନ କରିଥିଲେ।ଶେଷରେ ସୁଶ୍ରୀ ଲିପି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ