Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସାଙ୍ଗନା ହାଇସ୍କୁଲ ରେ ଅଭିଭାବକ ଶିକ୍ଷକ ସମ୍ମିଳନି

ଲକ୍ଷ୍ମୀପୂର ୨୨/୧୧ ….ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ତୃତୀୟ ଅଭିଭାବକ ଶିକ୍ଷକ ସମ୍ମିଳନୀ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ସମିଳନୀ ରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ ଯୋଗ ଦେଇ ବିଦ୍ୟାଳୟ ରେ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ ତଥା ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଅଭିଭାବକ, ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ମଣ୍ଡଳ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଶତ ପ୍ରତିଶତ କରିବାକୁ ଅଭିଭାବକ ମାନଙ୍କୁ ଅବଗତ କରିଥିବା ବେଳେ ପୁରାତନ ଛାତ୍ର ମାଧବ କର୍କରା, ଇନ୍ଦ୍ରଜିତ ସାହୁ , ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା କାମି ମାଣ୍ଡିଙ୍ଗା ଅଭିଭାବକ ମଣ୍ଟୀ ଖରା,ଏକଲବ୍ୟ ଚୌଧୁରୀ,ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଛାତ୍ର ଛାତ୍ରୀଙ୍କ ସୁବିଧା ଅସୁବିଧା ବିଷୟରେ ବିଶେଷ ଆଲୋଚନାରେ ଭାଗନେଇଥିଲେ।୧୫୦ ରୁ ଉର୍ଦ୍ଧ୍ଵ ଅଭିଭାବକ ଯୋଗ ଦେଇଥିବା ବେଳେ ଶିକ୍ଷକ ସପନ କୁମାର ଦିକ୍ଷୀତ ସମେଟିଭ -୧ ପରୀକ୍ଷା ଫଳର ବିଶ୍ଳେଷଣ କରିଥିଲେ।ଶିକ୍ଷକ ସୁକାନ୍ତ କୁମାର ଯାଦବ, କସ୍ତୁରୀ ଶବର,ମାଧୁରୀ ଲେଙ୍କା, ଜେଷ୍ନା ପଣ୍ଡା, ପ୍ରିୟଙ୍କା ବିଶୋଇ, ମମତା ମହାନ୍ତି ଓ ରୋଜାଲିନ ସ୍ବାଇଁ ପ୍ରମୁଖ ଅଭିଭାବକ ମାନଙ୍କ ସହ ପରୀକ୍ଷା ଫଳର ସମୀକ୍ଷା ସହ ବିଷୟ ଭିତ୍ତିକ ଆଲୋଚନା କରିଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ସଙ୍କର ଗୁଡ଼ୁମ୍ବାକା ଧନ୍ୟବାଦ ଅର୍ପଣ କରିଥିଲେ। ସଂଯୁକ୍ତା ତୁରୁକ, ନୂତନ ଚେଟ୍ଟୀ, ବଜନ୍ତି ମିଣ୍ୟକା, ରାଜଶ୍ରୀ ମହାରଣା ସଭା ପରିଚାଳନା ରେ ସହଯୋଗ କରିଥିଲେ।