Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ବିଭାଗ ଦୁର୍ନୀତି ବିରୋଧ ରେ ସଚେତନ କାର୍ଯ୍ୟକ୍ରମ

ଲକ୍ଷ୍ମୀପୂର ୨୧.୧୧ . ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସାଉଥ ଟାଟା ପାୱାର ବିତରଣ ଆନୁକୂଲ୍ୟ ରେ ଦୁର୍ନୀତି ବିରୋଧ ରେ ସଚେତନତା ସୃଷ୍ଟି କରାଯାଇଛି।କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଚିଫ ଭିଜିଲାନ୍ସ ଉଇଙ୍ଗ କମାଣ୍ଡୋର ଦଳବିର ସିଂ, ସର୍କଲ ଭିଜିଲାନ୍ସ ଅଫିସର ପି. ଭି. ଆର ମୂର୍ତ୍ତି,ଭିଜିଲାନ୍ସ ଅଫିସର ଏସ. କ୍ରିଷ୍ଣା ରାଓ,ଭିଜିଲାନ୍ସ ଲିଡ଼ ଯନ୍ତ୍ରୀ ସଂଜୀବ କୁମାର ପୌଲ ପ୍ରମୁଖ ଉପସ୍ଥିତ ରହି,ବିଶେଷ କରି ଟାଟା କମ୍ପାନୀ ତରଫରୁ ଯଦି ତାଙ୍କ କର୍ମଚାରୀ କିଛି ଦୁର୍ନୀତି କରୁଛନ୍ତି ତାହେଲେ ତୁରନ୍ତ ତାଙ୍କ ବିଭାଗ କୁ ଅବଗତ କରାଇବାକୁ କୁହାଯିବା ସହ ଦୁଇଟି ମୋବାଇଲ ନମ୍ବର ପ୍ରଦାନ କରାଯାଇଛି। ଟାଟା କମ୍ପାନୀ କର୍ମଚାରୀ ଙ୍କୁ ଦରମା ପ୍ରଦାନ କରାଯାଉଛି ତଥାପି ଯଦି କେହି ନୂତନ ବିଦ୍ୟୁତ ସଂଯୋଗ କରିବା ସକାଶେ, ଫିଉଜ ଯାଇଥିଲେ ପୋଲୋ ଉପରେ ଚଢି ବିଦ୍ୟୁତ ସଂଯୋଗ କରିବା ସକାଶେ, ବେଆଇନ ଭାବେ ବିଦ୍ୟୁତ ପ୍ରଦାନ କରିବା ସକାଶେ,ମିଟର ଆଗରୁ ଚୋରା ରେ ଲାଇନ ସଂଯୋଗୀ କରଣ କରିଦେବା ସକାଶେ ଆର୍ଥିକ ରାଶି ପ୍ରଦାନ କରିବା ବେଆଇନ ଅଟେ, ତେଣୁ କର୍ମଚାରୀ ଙ୍କୁ କୌଣସି ପ୍ରକାରେ ଉତକୋଚ ଦେବାକୁ ମନା କରିବା ସହ ବେଆଇନ ଭାବେ ଲାଇନ ନ ନେବା ସକାଶେ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ଅଧ୍ୟାପକ ଡଃ ଜଗନ୍ନାଥ ରଥ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ମଧ୍ୟ ରେ ବିଶେଷ କରି ବିଦ୍ୟୁତ ବିଭାଗର ଦୁର୍ନୀତି ରୋକିବା ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ। ବିଦ୍ୟୁତ ବିଭାଗର ଆବଶ୍ଯକତା, ଏହି ବିଭାଗର ଦୁର୍ନୀତି ଓ ଏହାକୂ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଚାର ପ୍ରସାର କରାଯାଇ କିପରି ରୋକାଯାଇ ପାରିବ, ତାହା ବିଷୟ ରେ ସଚେତନ ତା ସୃଷ୍ଟି କରାଯାଇଥିଲା।