Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଉଚ୍ଚ ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ।

କୋକସରା:୨୨/୧୧ କୋକସରା ବ୍ଲକ ସଦର ମହକୁମାର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ଅଭିଭାବକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ଶିକ୍ଷକ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ଅଭିଭାବକ ଦେବେନ୍ଦ୍ର ମେହର,ବିଭୁତି ଭୂଷଣ ପ୍ରଧାନୀ ଉପସ୍ଥିତ ରହି ବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ବିଦ୍ୟାଳୟ କୁ ୫ଟି ଯୋଜନା ରେ ଅନ୍ତର୍ଭୁକ୍ତ କରି ସ୍ମାର୍ଟ ସ୍କୁଲ ପାଇଁ ରହିଥିବା ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସହ ଗୁଣାତ୍ମକ ଶିକ୍ଷା ପାଇଁ ଉପଯୁକ୍ତ ବାତାବରଣ ଓ ଭଲ ନମ୍ବର ରଖି ପାସ କରୁଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ଏଣୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ପ୍ରତି ଯତ୍ନବାନ ହେବା ଉଚିତ ବୋଳି ପରାମର୍ଶ ଦେଇଥିଲେ। ଏହି ଅବସର ରେ ଶିକ୍ଷକ ହେମନ୍ତ ମାଝୀ, ଚଳାନ, ଶିକ୍ଷୟିତ୍ରୀ ସୀମାରାଣୀ ସିଂ ବନିତା ରାଣି ଦତ୍ତ, ରଶ୍ମିତା ଖମାରି କିରାଣୀ ସୁଶାନ୍ତ ମହାପାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ।