Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ଅଞ୍ଚଳ ପାଳଟିଛି ଝାରସୁଗୁଡା ର ଡମ୍ପିଂ ୟାର୍ଡ

ରେଙ୍ଗାଲି ଅଞ୍ଚଳ ରେ ଗଢି ଉଠିଥିବା କଳକାରଖାନା ରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ଅସମ୍ଭାଳ ହେଉଥିବା ବେଳେ ଝାରସୁଗୁଡା ରେ ପ୍ରତିଷ୍ଠିତ ବହୁରାଷ୍ଟ୍ରିୟ କାରଖାନା ରୁ ନିର୍ଗତ ଉଡନ୍ତା ପାଉଁଶ ରେଙ୍ଗାଲି ଅଞ୍ଚଳ ରେ ଡମ୍ପିଂ କରାଯାଉଥିବାରୁ ପରିବେଶ ପ୍ରେମୀ,ସଚେତନ ନାଗରିକ ତଥା ଜନ ସାଧାରଣ ରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟା ରେ ରେଙ୍ଗାଲି ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ରେ ଛତୁ ଫୁଟିଲା ଭଲି ପ୍ରଦୁଷଣ ସୃଷ୍ଟିକାରି ଶିଳ୍ପାନୁଷ୍ଠାନ ସ୍ଥାପନ ହେଲା ପରେ ରେଙ୍ଗାଲି ଅଞ୍ଚଳ ର ଜୈବବିବିଧତା ଓ ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇ ଏହାର ଭୟଙ୍କର ପ୍ରଭାବ ରେ ଜୀବଜଗତ ଦହଗଞ୍ଜ ହେଉଛନ୍ତି। ଏଭଲି ପରିସ୍ଥିତି ରେ ଝାରସୁଗୁଡା ଜିଲ୍ଲାର ଶିଳ୍ପାନୁଷ୍ଠାନ ର ଫ୍ଲାଇ ଆସ୍ ସଂପୃଜ୍ତ ଜିଲ୍ଲାରେ ଡମ୍ପିଂ କରା ନଯାଇ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଞ୍ଚଳ ରେ ଫ୍ଲାଇ ଆସ୍ ଡମ୍ପିଂ କରାଯିବା ଫଳରେ ରେଙ୍ଗାଲି ଅଞ୍ଚଳ ର ବିପର୍ଯ୍ୟସ୍ତ ପରିବେଶ ଉପରେ ଏହା ନିଆଁ ଘିଅ ଢାଲିବା ସଦୃଶ ହୋଇଛି ବୋଲି ସଚେତନ ନାଗରିକ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ସବୁଠାରୁ ବିଡମ୍ବନା ଓ କ୍ଷୋଭ ର ବିଷୟଯେ ପାଉଁଶ ଡମ୍ପିଂ ବନ୍ଦ କରିବାପାଇଁ ବିଗତ ଦିନରେ ଏଥିଯୋଗୁଁ ପ୍ରଭାବିତ ହେଉଥିବା କଦଳିପିଟା,ନୁଆଁତିଲିଙ୍ଗିକେମ୍ପ,ଝରନପାଲି ଆଦି ଅଞ୍ଚଳ ର ଲୋକେ ଏକାଧିକ ଥର ଜିଲାପାଳ ଏବଂ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିବା ସତ୍ତ୍ବେ କୌଣସି ସୁଫଳ ନମିଳବାରୁ ପାଉଁଶ ପରିବହନ ଯୋଗୁଁ ବିପର୍ଯ୍ୟସ୍ତ ରାସ୍ତା ଉପରେ ଜିଲ୍ଳା ପରିଷଦ ସଭ୍ଯ ଦେନାରାୟଣ ତିୱାରୀ ଏବଂ କତରବଗା ସରପଞ୍ଚ ନିଳାମ୍ବର ରୋହିଦାସ ଙ୍କ ନେତୃତ୍ବ ରେ ଧାନ ଜନସାଧାରଣ ପହ୍ଲା ରୋଇବା ଭଲି ପଦକ୍ଷେପ ନେଇଥିଲେ । ପାଉଁଶ ପରିବହନ ବନ୍ଦ ନହେଲେ ରାଜ୍ୟରଜପଥ ରେ ରାସ୍ତାରୋକ ଆନ୍ଦୋଳନ ର ବି ଚେତାବନୀ ଦିଆଯାଇ ଥିଲ। କିନ୍ତୁ ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ ପାଉଁଶ ପରିବହନ ବନ୍ଦ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ପାଉଁଶ ପରିବହନ ପଛ ରେ ପ୍ରତିପତ୍ତିଶାଳୀ କ୍ଷମତାସମ୍ପନ୍ନ ନେତାଙ୍କ ପ୍ରଚ୍ଛନ୍ନ ହାତ ଥିବାରୁ ଜନସାଧାରଣ ଙ୍କ ବାରମ୍ବାର ଆପତ୍ତି ସତ୍ତ୍ବେ ପାଉଁଶ ପରିବହନ ବନ୍ଦ ହେଉନାହିଁ। ଏଥିଯୋଗୁଁ ପ୍ରଶାସନ ସବୁ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜିଛି ବୋଲି ବିଭିନ୍ନ ମହଲ ରେ ଚର୍ଚ୍ଚା ହେଉଛି। ପ୍ରଶାସନିକ ସ୍ଥାଣୁତା ଯୋଗୁଁ ରେଙ୍ଗାଲି ଅଞ୍ଚଳ ଝାରସୁଗୁଡା ରେ ଥିବା ଶିଳ୍ପାନୁଷ୍ଠାନ ର ଡମ୍ପିଂ ୟାର୍ଡ ରେ ପରିଣତ ହେବାକୁ ଯାଉଛି।
ସୁଚିତ ଯେ ଝାରସୁଗୁଡା ରେ ଥିବା ବହୁ ରାଷ୍ଟ୍ରିୟ କମ୍ପାନୀର କାରଖାନା ରୁ ନିର୍ଗତ ପାଉଁଶ ପୁରୁଣା ରାଞ୍ଚିରୋଡ ଦେଇ ଗୁମଲୋଇ ଏବଂ ଗୁମଲୋଇ ରୁକଦଳିପିଟା,ନୁଆଁତିଲିଙ୍ଗିକେମ୍ପ,ଝରନପାଲି,କାଶିପାଲି,ପିତାପାଲି,ମଙ୍ଗଳପୁର, ରମ୍ପେଲାକେମ୍ପ ଦେଇ ରେଙ୍ଗାଲି କୁ ସଂଯୋଗ କରୁଥିବା ରାସ୍ତା ର ପିତାପାଲି-କାଶିପାଲି ଗ୍ରାମ ମଝି ଗଡପାଟି ଜଙ୍ଗଲ ପାଦ ଦେଶ ରେ ଖାଲି ପଡିଥିବା ପଥର କ୍ବାରୀ ରେ ଡମ୍ପିଂ କରାଯାଉଛି। ଭାରିଯାନ ରେ ପାଉଁଶ ବୋଝେଇ କରାଯାଇ ମାଲ ପରିବହନ ଫଳରେ ପୁରୁଣା ରାଞ୍ଚିରୋଡ ଅନେକ ସ୍ଥାନ ରେ ଖାଲଖମା ସୃଷ୍ଟି ହୋଇଛି। ବିଶେଷତଃ ଗୁମଲୋଇ ରୁ ରେଙ୍ଗାଲି କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତିଶୋଚନୀୟ ହୋଇପଡିଛି। ଏହି ରାସ୍ତା ଉପରେ ଝାଙ୍କରପାଲି,କତରବଗା, ଟାମ୍ପରକେଲା,ସାଳଡ ଆଦି ପଞ୍ଚାୟତ ର ଜନସାଧାରଣ ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀ ରେଙ୍ଗାଲି କୁ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ଏହା ଅଣଓସାରିଆ ସଂକିର୍ଣ ରାସ୍ତା ହୋଇଥିବା ସହିତ ଭାରିଯାନ ଚଳାଚଳ ଉପଯୋଗୀ ରାସ୍ତା ହୋଇ ନଥିବା ସତ୍ତ୍ବେ ପାଉଁଶ ବୋଝେଇ ଭାରିଯାନ ଚଳାଚଳ କରିବା ଫଳରେ ରାସ୍ତା ଅତି ଶୋଚନୀୟ ହୋଇପଡିଛି। ଅହରହ ଭାରିଯାନ ଚଳାଚଳ ଯୋଗୁଁ ଜନସାଧାରଣ ସ୍କୁଲ ଛାତ୍ର ଛାତ୍ରୀଙ୍କ ଗମନାଗମନ ରେ ସମସ୍ଯା ସୃଷ୍ଟି କରୁଛି। ପାଉଁଶ ଡମ୍ପିଂ ଯୋଗୁଁ ଅଞ୍ଚଳ ରେ ଅସହ୍ଯ ପ୍ରଦୁଷଣ ସମସ୍ୟା ଦେଖାଦେଉଛି ବୋଲି ପ୍ରଭାବିତ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ରେଙ୍ଗାଲି ଅଞ୍ଚଳ ବ୍ୟତୀତ ପୁରୁଣାରାଞ୍ଚି ରୋଡ ର ସମାସିଂହା, ଝାଙ୍କରପାଲି,କୁସୁମଡିହି,ବାରଡୁଙ୍ଗୁରୀ,ପରମାଣପୁର ସିନ୍ଦୁରପଙ୍କ ଦେଇ ପାଉଁଶ ପରିବହନ କରାଯାଇ ବିଭିନ୍ନ ସ୍ଥାନ ରେ ଡମ୍ପିଂ କରାଯାଉଥିବା ର ଅଭିଯୋଗ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ