Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାତକମାରେ ନବ କୃଷ୍ଣ ଜୟନ୍ତୀ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟସ୍ଥ ସାତକମା ପକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଭା କକ୍ଷରେ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ସେଠଙ୍କ ସଭାପତିତ୍ୱରେ ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସଚନ୍ଦ୍ର ନାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିଶାନ ଯୋଗଦେଇ ନବ ବାବୁଙ୍କ ମାତୃଭାଷା ପ୍ରେମ, ନିଶା ନିବାରଣ ଓ ଭୁସଂସ୍କାର ଆଇନ ପ୍ରଣୟନ ସଂପର୍କରେ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀ ପଦବୀ ତ୍ୟାଗ ପରେ କରିଥିବା ରଚନାତ୍ମକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ରୋଜି ସାଥୁଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀଛାତ୍ର ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଶେଷରେ ସ୍ନେହଲତା ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ କୁଟୁରାଚୁଆ କଲେଜର ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀ ମଧ୍ୟ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ଶ୍ରୀ ନାୟକଙ୍କ ନେତୃତ୍ୱରେ ନିଶା ନିବାରଣ ଆନ୍ଦୋଳନ ବେଳେ ନବ ବାବୁଙ୍କ ପତ୍ନି ମାଳତୀ ଦାବି ଏହି ଗ୍ରାମରେ ଏକ ସଭାକୁ ସମ୍ବୋଧିତ କରିଥିବା ଘଟଣା କୁ ସଭାରେ ସ୍ମୁତି ଚାରଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ