କାଉଡୋଳା ମହୋତ୍ସବ, ମନ ମୋହିଲା ସାଂସ୍କୃତିକ ସନ୍ଧ୍ୟା ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।

କୋକସରା:୨୩/୧୧ କୋକସରା ବ୍ଲକ କାଉଡୋଳା ପଂଚାୟତ କାଉଡୋଳା ଗ୍ରାମରେ ମହିଳା ସଙ୍ଘ ଆନୁକୂଲ୍ୟରେ କାଉଡୋଳା ମହୋତ୍ସବ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଜନାର୍ଦନ ପଣ୍ଡା, ମୁଖ୍ୟ ବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ମହିଳା ନେତ୍ରୀ ତିଲୋତ୍ତମା ନାଏକ, ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ,କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି, ନନ୍ଦିଗାଁ ସରପଞ୍ଚ ଭବାନୀ ଶଙ୍କର ବାଣୁଆ, କାଉଡୋଳା ସମିତି ସଭ୍ୟା ବୈଦେହୀ ବେଶ୍ରା, ବରା ଡୋ ଙ୍ଗା ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ,ସମାଜସେବୀ ସୁରଥ ସରାବୁ, ଯୁବ ସାମ୍ବାଦିକ ତ୍ରିଲୋକ୍ୟ ବେଶ୍ରା ପ୍ରମୁଖ ଯୋଗଦେଇ ମଞ୍ଚ ଉଦଘାଟନ କରିବା ସହ ମହିଳା ସଙ୍ଘ ର ସମସ୍ତ କର୍ମକର୍ତ୍ତା ଙ୍କୁ ଏହି ସାଂସ୍କୃତିକ ସନ୍ଧ୍ୟା ମହୋତ୍ସବ ଆୟୋଜନ କରି ଏକ ମହିଳା ସଶକ୍ତିକରଣ ବାର୍ତ୍ତା ଦେଇଥିବା ରୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ ରେ କଳାହାଣ୍ଡି, ନବରଙ୍ଗପୁର ଅଞ୍ଚଳ ର ଅନେକ କଳାକାର ମାନେ ଅଂଶଗ୍ରହଣ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସାଂସ୍କୃତିକ ମଞ୍ଚ କୁ ବସନ୍ତ ସରାବୁ ଓ କୁଶ ସରାବୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ରେ ମହିଳା ସଙ୍ଘ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।