Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ଶ୍ୟାମ ପରିବାର ପକ୍ଷରୁ ବାବା ଖଟୁ ଶ୍ୟାମ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଭବ୍ୟ ନିଶାନ ଶୋଭାଯାତ୍ରା ।

ଧର୍ମଗଡ଼:୨୩/୧୧ ଧର୍ମଗଡ଼ ସହର ର ଶ୍ରୀ ଶ୍ୟାମ ପରିବାର ପକ୍ଷରୁ ବଡ଼ ଏକାଦଶୀ ଓ ବାବା ଖଟୁ ଶ୍ୟାମ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ନିଶାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଶ୍ରୀ ଶ୍ୟାମ ପରିବାର ଆୟୋଜନ ରେ ଏକ ଭବ୍ୟ ନିଶାନ ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ହାତରେ ଗେରୁଆ ରଙ୍ଗ ର ପତାକା ଧରି ଧର୍ମଗଡ଼ ସହର ପରିକ୍ରମା କରିବା ସହ ଖଟୁ ଶ୍ୟାମ ବାବା ଙ୍କ ନାମ ସଂକୀର୍ତ୍ତନ ଗାନ କରି ଏକ ଭକ୍ତିମୟ ପରିବେଶ ମଧ୍ୟରେ ସହର ପରିକ୍ରମା କରିଥିଲେ। ଏହି ନିଶାନ ଶୋଭାଯାତ୍ରାରେ ଶ୍ରୀ ଶ୍ୟାମ ପରିବାର ର ଶ୍ରୀ କିଶୋର ଅଗ୍ରୱାଲ, ସହଧର୍ମିଣୀ ଶ୍ରୀମତୀ ସୁନିତା ଅଗ୍ରୱାଲ, ମହିଳା ଶ୍ରଦ୍ଧାଲୁ ଶାରଳା ଅଗ୍ରୱାଲ,ମିନା ତାୟଲ, ସୁଶିଳା ସିଂହଲ,ରିତା ଅଗ୍ରୱାଲ, ସୁମନ ଅଗ୍ରୱାଲ, ରିଦ୍ଧି ଅଗ୍ରୱାଲ ପ୍ରମୁଖ ଭୂମିକା ନେଇଥିବା ବେଳେ ସଚିନ ଅଗ୍ରୱାଲ, ସୁଭାଷ ଅଗ୍ରୱାଲ, ମଦନ ଜୈନ, ରତନ ଅଗ୍ରୱାଲ, କପିଳ ଅଗ୍ରୱାଲ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ। ନିଶାନ ଯାତ୍ରା ପରିକ୍ରମା ସମୟରେ ଧର୍ମଗଡ଼ ସହର ରେ ଭକ୍ତି ଓ ଭାବମୟ ପରିବେଶ ଦେଖିବାକୁ ମିଳିଥିଲା।