Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଶା ନିବାରଣ ଅଭିଯାନ ପକ୍ଷରୁ ସଂକଳ୍ପ ଦିବସ ପାଳିତ

ସମ୍ବଲପୁର (କୁଚିଣ୍ଡା): ନିଖିଳ ଓଡ଼ିଶା ନିଶା ନିବାରଣ ଅଭିଯାନ ର ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ସଭାପତି ସୁବାଷ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ କୁଚିଣ୍ଡା ଆଦିବାସୀ ଭବନରେ ବିଶିଷ୍ଟ ଜନନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ନିଶା ନିବାରଣ ସଂକଳ୍ପ ଦିବସ ପାଳିତ ହୋଇ ଯାଇଛି ।ଏଥିରେ ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସାମାଜିକ କର୍ମୀ କରୁଣା କର କିଶାନ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ନିଶା ନିବାରଣ କ୍ଷେତ୍ରରେ ନବ ବାବୁ ଙ୍କ ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଦେବାନନ୍ଦ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଅତିଥି ଗଣ ପ୍ରଥମେ ନବ ବାବୁଙ୍କ ତୈଳ ଚ୍ଚ୍ଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଂଜଳି ଜଣାଇଥିଲେ ।ଉପସ୍ଥିତ ଜନତା ନିଶା ପାନ ନ କରିବା ଓ ନିଶା ନିବାରଣ କାର୍ଯ୍ୟକ୍ରମ କୁ ଆଗେଇ ନେବାକୁ ଶପଥ ପାଠ କରିଥିଲେ । ପ୍ରାରମ୍ଭରେ ରମେଶ ପଧାନ ସ୍ୱାଗତ ଭାଷଣ , ଫୁଲ ମନି କିଶାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରଶ୍ମି କାନ୍ତ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ଅବସରରେ ଇ. ରୁଦ୍ର ପ୍ରତାପ ବାଘ ,ନନ୍ଦିତା ସୁନାନି, ଦିପାଞ୍ଜଳି ପଧାନ,କ୍ଷତି ପ୍ରଭା ବାଘ, ହରିପ୍ରୀୟା କିଶାନ,ବୈଷ୍ଣବୀ କିଶାନ, ଅଲିମା ବାଘ,ଆଶା କୁଜୁର୍, ଲିପି କିଶାନ,ପ୍ରମୁଖ ଙ୍କ ନେତୃତ୍ୱରେ ସଫେଇ ଆଦି ରଚନାତ୍ମକ କାର୍ଯ୍ୟକ୍ରମ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ