Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ବିସବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି

କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ଦେଖାଦେଇଛି ।
ବହୁବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ସମସ୍ୟାର ସମାଧାନ କରାଯାଇନଥିବାରୁ ହଷ୍ଟେଲରେ ରହୁଥୁବା ପିଲାଙ୍କ ମଧ୍ୟରୁ କେବଳ ଛାତ୍ରୀମାନେ ପ୍ରତିବାଦ କରି ଧାରଣାରେ ବସିଛନ୍ତି ।ବିଶ୍ବ ବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ପରୀକ୍ଷା ଥିଲେ ସୁଦ୍ଧା ରାତିରୁ ସମସ୍ତ ଛାତ୍ରୀ ଧାରଣାରେ ବସିଛନ୍ତି । ଛାତ୍ରୀମାନଙ୍କ ମୂଖ୍ଯ ସମସ୍ୟା ହେଲା ,
ହଷ୍ଟେଲକୁ ନିୟମିତ ପାଣି ଯୋଗାଣ ହେଉନାହିଁ , ସଫା ସୁତୁରା କରା ଯାଉନାହିଁ, ଖରାପ ଖାଦ୍ଯ ଦିଆଯାଉଛି,ନୂତନ ଭାବରେଖୋଲିଥିବା,ବିଭାଗରେ ଅଧ୍ୟାପକ ନାହାନ୍ତି,, ବିଦ୍ୟୁତ ସଂଯୋଗ ରହୁନାହିଁ।,ଆମ୍ବୁଲାନ୍ସ ଡ୍ରାଇଭରର ଖରାପ ବ୍ୟବହାର, ପ୍ରଭୃତି ସମସ୍ୟାର ପ୍ରତିବାଦ କରି ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି
ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ କତୃପକ୍ଷ କହିଛନ୍ତି।ଛାତ୍ରୀମାନେ କହିଥିଲେଯେ କାଲିଠୁ ସେମାନେ ନଖାଇ ଧାରଣାରେ ଅଛନ୍ତି। କୂଳପତିଙ୍କର ଦେଖା ନାହିଁ। ହଷ୍ଟେଲର ଚିଫ୍ ୱାର୍ଡେନ ଡକ୍ଟର କପିଳ ଖେମୁଣ୍ଡୁ କହିଛନ୍ତି ଯେ ସମସ୍ୟାର ସମାଧାନ କରାଯାଉଛି। ଟେଣ୍ଡର ମାଧ୍ୟମରେ ମେସ ଦାୟିତ୍ବ ଆଉଟସୋର୍ସିଂକୁ ଦିଆଯାଉଛି। ଗତଥର ଟେଣ୍ଡର ପାଇଥିବା ବ୍ଯକ୍ତି ଭଲ ଖାଦ୍ଯ ନଦେବାରୁ ତାଙ୍କୁ ବାହାର କରି ନୂଆ ଲୋକଙ୍କୁ ଦିଆଯାଇଛି।ତାଙ୍କ ଦେହ ଖରାପ ଥିବାରୁ ସେ ଏଠାରେ ରହିପାରୁନାହାନ୍ତି। କୂଳପତି ଫେରିଲେ ସମସ୍ତ ସମସ୍ୟାର ସମାଧାନ କରାଯିବ। ଏପରି ଅବ୍ୟବସ୍ଥାକୁ ଶୀଘ୍ର ସମାଧାନ କରି ଛାତ୍ରୀମାନଙ୍କୁ ସୁବିଧାସୁଯୋଗ ଯୋଗାଇ ଦେବାକୁ ସମସ୍ତ ଛାତ୍ରୀ କହିଛନ୍ତି
ଆଜି ଆନ୍ଦୋଳନ କରିଥିବା ରୁ ହଷ୍ଟେଲ ରେ ଭୋଲ ଖାଦ୍ୟ ପରିସଥିବା କେତେକ ଛାତ୍ରୀ ନିଜ ମତ ପ୍ରକାଶ କରିଛନ୍ତି. କୋରାପୁଟ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ