Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଆଜି ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ପ୍ରସଙ୍ଗ।ଭକ୍ତଙ୍କ ସମାଗମ ଓ କାର୍ତ୍ତିକ ମାସକୁ ଲକ୍ଷ କରି ଏଭଳି ପ୍ରଶ୍ନ ଆଜି ବିଧାନସଭାରେ ଉଠିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୂନ୍ୟକାଳରେ ଏଭଳି ପ୍ରସଙ୍ଗ ଉଠାଇ ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଚାରି ଦ୍ଵାର ଖୋଲିବାକୁ ଦାବି କରିଥିଲେ।ଯଦି କାମ ଚାଲିଛି ତେବେ ଅନ୍ତତଃ ତିନି ଦ୍ଵାର ଖୋଲିବାକୁ ନରସିଂହ ବିଧାନସଭାରେ ଦାବି ଉଠାଇଛନ୍ତି।ମନ୍ଦିର କାମ ଚାଲିଥିବା ନାମରେ ଦ୍ୱାର ଗୁଡିକ ବନ୍ଦ ରଖାଯାଇଛି। ଫଳରେ ଭକ୍ତ ଓ ହବିସାନ୍ନଙ୍କ ବହୁ ସମସ୍ୟାୁ ଲକ୍ଷକରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏଭଳି ଦାବି ଉଠାଇଥିଲେ।