Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡିସେମ୍ବର ପହିଲାରୁ ବଢିବ ଶୀତ, ରାତିରେ କମିବ ପାରଦ

ଭୁବନେଶ୍ୱର: ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ଏହା ପ୍ରଭାବରେ ୧ ତାରିଖରୁ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ରାତିର ତାପମାତ୍ରା ୩ରୁ ୪ଡିଗ୍ରୀ  କମିବ । ସେହିପରି ଉତ୍ତର ଆଭ୍ୟନ୍ତରଣରେ ୨ଡିଗ୍ରୀ ପାରଦ  କମିପାରେ । ଉପକୂଳ ଓଡ଼ିଶାରେ ଡିସେମ୍ବର ପହିଲାରୁ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ ।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨୫ ତାରିଖରେ କେନ୍ଦ୍ରୀୟ  ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ  ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି  ହେବ। ଏହା ୨୭ରେ ଲଘୁଚାପରେ ପରିଣତ ହେବ ଏବଂ ୨୮ରେ ଅବପାତ ପରିଣତ ହେବା ସହ ୩୦ରେ ବାତ୍ୟା ରୂପ ନେବ। ଡିସେମ୍ବର ୨ରେ ଏହା ବାଂଲାଦେଶର  ଦକ୍ଷିଣ ଉପକୂଳକୁ ସ୍ପର୍ଶ କରିବ । ତେବେ ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏହି ବାତ୍ୟା ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବ।