Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଜପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୭ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ଭୋଜପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗତକାଲି ବାର୍ଷିକୀ ଉତ୍ସବ ବଡ ଧୁମ୍ ଧାମରେ ପାଳନ କରାଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାୟକ ଯୋଗଦେଇ ଛାତ୍ରୀଛାତ୍ର ମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କିପରି ଶିକ୍ଷାର୍ଥୀଙ୍କ ପାଇଁ ପ୍ରଣୟନ କରାଯାଇଛି, ସେ ନେଇ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ମାନେଶ୍ୱର ମାନଧାତା ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଡ. ସତ୍ୟ ନାରାୟଣ ଠାକୁର ଯୋଗଦେଇ ଶିକ୍ଷାର୍ଥୀ ମାନେ କିପରି ପାଠ ପଢିବା ସଙ୍ଗେ ସଙ୍ଗେ ଚରିତ୍ର ଗଠନ ସୁଦିଗରେ କରି ପାରିବେ, ସେନେଇ ବିସ୍ତୃତ ଭାବେ ବକ୍ତବ୍ୟରେ ବର୍ଣ୍ଣନା କରିଥଲେ। ସମ୍ମାନୀୟ ଅତିଥି ଭାବେ ଜମନକିରା ତହସିଲଦାର ହରେକୃଷ୍ଣ ସାହୁ ଯୋଗ ଦେଇ ଛାତ୍ରୀଛାତ୍ର, ଅବିଭାବକ, ଅଵିଭାବିକା ଏବଂ ଗୁରୁଜୀ ଗୁରୁମା ମାନଙ୍କୁ ଗୁଣବତ୍ତା ଶିକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ସାହୁ ସ୍ବାଗତ ଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସମ୍ପାଦକ ପ୍ରକାଶ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ସଭା କାର୍ଯ୍ୟ ପ୍ରାରମ୍ଭରୁ ସ୍ବାଗତ ସଙ୍ଗୀତ ସହ ଦୀପ ପ୍ରଜ୍ବଳନ କରାଯାଇଥିଲା। ସଭା କାର୍ଯ୍ୟ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରୀଛାତ୍ର ଙ୍କୁ ମାନ ପତ୍ର ସହ ପୁରସ୍କୃତ କରାଯାଇଥିଲା। ଶେଷରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ଉପମା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମ କୁ ଆରତୀ ବାରିକ, ସରିତା ବହିଦାର, ସଞ୍ଜୁ ସା, ମଞ୍ଜୁଲତା ବାରିକ, ବନ୍ଦିତା ବେହେରା, ବୈଦେହି ବେହେରା, ନିର୍ମଳା କିସାନ, ସିମନ୍ତିନି ପୂଜାରୀ, ରଜନୀ ସିଂ, ସଂଯୁକ୍ତା ଭୋଇ, ଉଷାରାଣୀ ପଣ୍ଡା, ବିଜୟ ଛତରିଆଙ୍କ ସମେତ ସ୍କୁଲର ସମସ୍ତ ଗୁରୂମା, ଗୁରୁଜୀ, ଅବିଭାବକ, ଅବିଭାବିକା ପ୍ରମୁଖ ସହଯୋଗ କରିଥିଲେ।