Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ଅନୁଷ୍ଠିତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନି ରେ ମୂଖ୍ୟ ଅତିଥି ଭାବେ ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣ ଚନ୍ଦ୍ର ଦଲପତି ତଥା ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ସାଳଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସତ୍ୟନାରାୟଣ ମହାନନ୍ଦିଆ, ସମଲେଶ୍ବରୀ ହସ୍ପିଟାଲ ର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ସିଂ,ଯୁବ ସମାଜ ସେବି ତଥା ରେଙ୍ଗାଲି କ୍ରିକେଟ ପ୍ରୀମିୟର ଲିକ୍ ର ବିଜେତା ଦଳ ର ମୂଖ୍ୟ ଉମାପଦ ନାୟକ ଯୋଗ ଦେଇ ଥୀଲେ
ସେହିପରି ଦ୍ବିତୀୟ ଦିନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ , ସମ୍ମାନିତ ଅତିଥି ଭାବେ ସମ୍ବାଦ ପ୍ରତିନିଧି ରେଙ୍ଗାଲି ବ୍ଳକ ସୁବ୍ରତ ପାଢି,ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ରେ କାର୍ଯ୍ୟରତ ଦୁଷ୍କନ୍ତ ସାହୁ,ସମାଜ ସେବି ତଥା ବିଦ୍ୟାଳୟ ର ଉପଦେଷ୍ଟା ଶଶିଭୂଷଣ ସାହୁ, ବିଦ୍ୟାଳୟ ର ସଭାପତି ରାଜିବ ମିଶ୍ର ସଂପାଦକ ସରୋଜ କୁମାର ବିଶୋଇ ଉପସ୍ଥିତି ରହିଥିଲେ ପ୍ରଧାନ ଆଚାର୍ଯ୍ୟ ଦୀପ୍ତି ରଞ୍ଜନ ପୋଥାର ସଭାପରିଚାଳନା କରିଥିଲେ ଏବଂ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ
ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଦ୍ବିତୀୟ ସ୍ଥାନ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମେଡାଲ ପ୍ରଦାନ କରାଯାଇ ପୁରସ୍କୃତ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ