Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ।

କୋକସରା:୨୫/୧୧/୨୩: କୋକସରା ଡ଼ିଗ୍ରୀ ମହା ବିଦ୍ୟାଳୟ ଠାରେ ଶନିବାର ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ସଭାଗୃହ ରେ ରାଜ୍ୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଅଜିତ କୁମାର ସାହୁ ଉପସ୍ଥିତ ରହି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ’ ଏବଂ ‘ଯୁଵ ଓଡ଼ିଶା ନବୀନ ଓଡ଼ିଶା ‘ କାର୍ଯ୍ୟକ୍ରମ ଉପରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ନୂତନ ଭୋଟର ପଞ୍ଜିକରଣ ଏବଂ ରକ୍ତଦାନ ଶିବିର ଆୟୋଜନ କରିବାକୁ ସଚେତନ କରିଥିଲେ। ଏହି ଅବସରରେ କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ପୁଷ୍ପରାଜ ମେହେର, ଅଧ୍ୟାପକ ଐରି ନାଶନ ଚିନ୍ଦା, କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ,ସମେତ ଛାତ୍ରଛାତ୍ରୀ ଓ ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ମାନସ ରଞ୍ଜନ ବେହେରା, ଜିଲ୍ଲା ଉପସଭାପତି ମୁକ୍ତେଶ୍ଵର ନାଗ, ସାଧାରଣ ସମ୍ପାଦକ ତ୍ରିବିକ୍ରମ ଯାଦବ, ଫୁପଗାଁ ଯୁବ ସଭାପତି ବିପ୍ର ଚରଣ ପଟେଲ, ଛାତ୍ରନେତା ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।