Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଳା ରେ ପଡିଛି ଅମଳ ଧାନ,କୋହଲା ପାଗ କୁ ନେଇ ଚିନ୍ତା ରେ ଚାଷି।

କୋକସରା:୨୫/୧୧ ଗତ କିଛିଦିନ ହେବ କୋହଲା ପାଗ କଳାହାଣ୍ଡି ଜିଲ୍ଲାରେ ଲାଗି ରହିଛି। ବର୍ତ୍ତମାନ ଖରିଫ ଋତୁ ଧାନ ପ୍ରାୟ ୬୦/୭୦ ପ୍ରତିଶତ ଅମଳ କରି ଖୋଲା ଆକାଶ ଧାନ ଖଳା ରେ ରଖି ମଣ୍ଡି କେବେ ଖୋଲିବ ସେ ନେଇ ଚାଷି ମାନେ ଅପେକ୍ଷା କରି ରହିଥିବା ବେଳେ ବିଳମ୍ବିତ ମଣ୍ଡି ଚାଷି ଙ୍କ ଚିନ୍ତା କୁ ଦ୍ବିଗୁଣିତ କରିଛି। କୋକସରା ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ୨୨ ପଂଚାୟତ ର ଚାଷୀମାନେ କେଵଳ ଧାନ ଚାଷ କରି ପରିବାର ପ୍ରତିପୋଷଣ ସହ ନିଜର ଆର୍ଥିକ ସ୍ଥିତି କରିଥାନ୍ତି। ବ୍ଲକ ରେ ଇନ୍ଦ୍ରାବତୀ ବାମ କେନାଲ ଓ ଉଠା ଜଳସେଚନ, ବେହେରା ଡ୍ୟାମ ପ୍ରକଳ୍ପ ରୁ ଅନେକ ପଞ୍ଚାୟତ ର ଚାଷୀମାନେ ଜଳସେଚନ ର ସୁବିଧା ପାଉଥିବା ବେଳେ କୃଷି ବିଭାଗ ର ଆକଳନ ଅନୁସାରେ ଚଳିତ ବର୍ଷ ୧୯୫୩୦ ହେକ୍ଟର ଧାର୍ଯ୍ୟଲକ୍ଷ୍ୟ ରହିଥିବା ବେଳେ ୧୮୭୮୬ ହେକ୍ଟର ଖରିଫ ଧାନ ଚାଷ ହୋଇଛି। ତେବେ ସ୍ୱଳ୍ପ ମିଆଦି ଧାନ ସବୁ ଅମଳ ଶେଷ ହୋଇଥିବା ବେଳେ ଦିର୍ଘ ମିଆଦି ଧାନ ଏବେ ଅମଳ କରୁଛନ୍ତି ଚାଷି। ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୯ ତାରିଖ ରୁ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏପର୍ଯ୍ୟନ୍ତ ଧାନ ବିକ୍ରି ପଞ୍ଜିକରଣ କରିଥିବା ଚାଷି ଙ୍କୁ ମଣ୍ଡି ରେ ଧାନ ବିକ୍ରି କରିବା ପାଇଁ ଅନ ଲାଇନ ଟୋକନ ର ମେସେଜ ମଧ୍ୟ ଆସିନାହିଁ, କେବେ ଟୋକନ ମେସେଜ ଆସିବ ଓ କେବେ ଧାନ ବିକିବେ ଚାଷି ଏହା କୁ ନେଇ ମଧ୍ୟ ଚାଷି ଆଶା ଓ ଆଶଙ୍କା ରେ ରହିଛନ୍ତି।ତେବେ ଲାଗି ରହିଥିବା କୋହଲା ପାଗ ଯୋଗୁଁ ଚାଷୀ ଅମଳ କରି ଖଳା ରେ ବିକ୍ରି ପାଇଁ ରଖିଥିବା ଧାନ କୁ ନେଇ ଚିନ୍ତା ରେ ପଡିଛନ୍ତି। ସମ୍ବଳ ଥିବା ଚାଷି ଧାନ କୁ ସୁରକ୍ଷିତ ରଖିଥିବା ବେଳେ ଛୋଟ ଚାଷି ମାନେ ଧାନ କୁ ଖୋଲା ଆକାଶ ତଳେ ପଲିଥିନ କିମ୍ବା ପାଳ ଢାଙ୍କି ରଖିଛନ୍ତି। ଚାଷି ଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଶୀଘ୍ର ମଣ୍ଡି ଖୋଲିବାକୁ କୋକସରା ବ୍ଲକ ଅଞ୍ଚଳ ର ଚାଷି ଦାବି କରିଛନ୍ତି।