ନୁଆଁ ଓଡିଶା ନବୀନ ଓଡିଶାର ସାଂସ୍କୃତିକ କାର୍ଯ୍ୟକ୍ରମ l


ସମ୍ବଲପୁର(ଧମା): ସ୍ଥାନୀୟ ମାଁ ଝଡ଼େଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ଶନିବାର ଦିନ ମୋ ଓଡିଶା ନବୀନ ଓଡିଶା ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅଧ୍ୟକ୍ଷ ଅନିଲ ପ୍ରଧାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବରେ ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପାଣ୍ଡେ ଯୋଗଦେଇଥିଲେ l ସମ୍ମାନିତ ଅତିଥିଭାବେ ଦେଓଗାଁ ସରପଞ୍ଚ ସରସ୍ବତୀ ରାଉତ,ହୁମା ସରପଞ୍ଚ ଇଳାବତୀ ପୁଜାରୀ ଓ +2 ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତ ଯୋଗ ଦେଇଥିଲେ l ଅଧ୍ୟାପିକା ସୁଦୀପ୍ତା ଦାସଙ୍କ ସଂଯୋଜନାରେ ଅଧ୍ୟାପକ ସଞ୍ଜୟ କୁମାର ସାହୁ ଓ ଅଧ୍ୟାପିକା ସୁଶ୍ରୀ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ l
ଛାତ୍ର ଛାତ୍ରୀ ର୍ୟାମ୍ପ ସୋ ଓ ନୃତ୍ୟ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ଶେଷରେ ଅଧ୍ୟାପକ ପ୍ରମୋଦ ଦେହେରୀ ଧନ୍ୟବାଦ ଦେଇଥିଲେ l