Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓବିସି ଏକତା ପାଇଁ ବାହାରିଲା ଏକତା ରଥ

ସମ୍ବଲପୁର:ଆଜି ସାମ୍ବିଧାନିକ ଦିବସ ପାଳନ ଅବସରରେ ବ୍ରଜରାଜନଗରୁ ଆରମ୍ଭ ହୋଇଛି ଓବିସି ଏକତା ଯାତ୍ରା।ଚଣ୍ଡି ମନ୍ଦିର ପ୍ରାଙ୍ଗଣରୁ ଓବିସି ଜାଗରଣ ରଥକୁ ପୂଜାର୍ଚ୍ଚନା କରିବା ପରେ ପ୍ରଥମେ କନକତୋରାକୁ ଯାତ୍ରା କରି ସେଠାରୁ ୧୦ ଜିଲ୍ଲାକୁ ଯିବାକୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।ମଞ୍ଚର ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ରଥଯାତ୍ରା କୁ ମଞ୍ଚର ମହାସଚିବ ସୁବାସ ଚନ୍ଦ୍ର ନାୟକ,ଝାରସୁଗୁଡ଼ା ଜିଲ୍ଲା ଆବାହକ ବିରଞ୍ଚି ସାହୁ ଓ ଯୁବ ସଂଯୋଜକ ରାଧେଶ୍ୟାମ ପଧାନ ନେତୃତ୍ୱ ନେଇଥିବା ଦେଖା ଯାଇଛି ।ରଥ ସହ ବହୁ ମୋଟର ସାଇକେଲ ଓ ବିଭିନ୍ନ ଚାରିଚକିଆ ଯାନ ର ଶୋଭାଯାତ୍ରାରେ ଓ ବି ସି ଙ୍କ ତେର ଦଫା ଦାବି ସପକ୍ଷରେ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲା । ଏହି ରଥ ୩୦ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ଜିଲ୍ଲା ପରିକ୍ରମା ପରେ କୁଚିଣ୍ଡା ଓ ଦେବଗଡ଼ ଜିଲ୍ଲାରେ ଦୁଇ ଦିନ ପରିକ୍ରମା ପରେ ପଶ୍ଚିମ ଓଡ଼ିଶା ର ଦଶ ଗୋଟି ଜିଲ୍ଲା କୁ ୨୫ ଦିନ ପରିକ୍ରମା କରିବା ବୋଲି ସାଧାରଣ ସମ୍ପାଦକ ଶ୍ରୀ ନାୟକ ପ୍ରକାଶ ଥିଲେ ।ରଥ ସହ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଇ ପ୍ରଦୀପ ବେହେରା, ସମ୍ପାଦକ ସମର୍ଜିତ ବେହେରା, ନାରୀନେତ୍ରୀ ଡ଼ ସାଧାରଣ ପାଣ୍ଡେ, ସିର୍ଜୁ ଖମାରୀ, ରବୀନ୍ଦ୍ର ପଟେଲ, ସୋନା ପୁର ଜିଲ୍ଲା ଆବାହକ ଦେବର୍ଚ୍ଚନ ଚର୍ଡିଆ, ତେଜରାମ ପଧାନ, ନିରାକାର ବଢେଇ,ଗୋପୀନାଥ ପଧାନ, ରାଧାକାନ୍ତ ଶା ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ