Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ଜଣେ ଏସପି, ୨ ଡିଏସପି ଓ ୪ ଇନ୍ସପେକ୍ଟର ସସପେଣ୍ଡ

ଚଣ୍ଡିଗଡ଼: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ସୁରକ୍ଷାଜନିତ ତ୍ରୁଟି ମାମଲାରେ ମୋଟ୍ ୭ ଜଣ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ଏଥିରେ ଫିରୋଜପୁର ଜିଲ୍ଲାର ତତ୍କାଳୀନ ପୋଲିସ ଅଧୀକ୍ଷକ(ଏସପି) ଓ ଦୁଇ ଜଣ ଡିଏସପି ରାଙ୍କର ଅଧିକାରୀ ସାମିଲ୍। ଉଲ୍ଲେଖନୀୟ, ଗତ ବର୍ଷ ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇ୍‌ଥିଲା। ପ୍ରଧାନମନ୍ତ୍ରୀ ବିଧାନସଭା ନିର୍ବାଚନ ପାଇଁ ଏକ ରାଲିରେ ଯୋଗ ଦେବାକୁ ପଞ୍ଜାବ ଗସ୍ତ କରିଥିଲେ।

ପିଏମ ମୋଦୀ ପଞ୍ଜାବ ଯାତ୍ରା ସମୟରେ ପ୍ରଦର୍ଶନକାରୀ କୃଷକଙ୍କ ନାକାବନ୍ଦୀ କାରଣରୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ୨୦ ମିନିଟ୍ ପର‌୍ୟ୍ୟନ୍ତ ଫ୍ଲାଇଓଭରରେ ଫସି ରହିଥିଲା। ବିଜେପି ନେତା ସୁରକ୍ଷାରେ ତ୍ରୁଟିକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସରକାରଙ୍କୁ ଟାର୍ଗେଟ୍ କରିଥିଲା। କଂଗ୍ରେସ କହିଥିଲା, ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଯୋଜନାରେ ପରିବର୍ତ୍ତନ କରାଯାଇଥିଲା।

ସୁରକ୍ଷା ଉଲ୍ଲଂଘନ ମାମଲାର ଯାଞ୍ଚ କରୁଥିବା ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ କମିଟି ସୁରକ୍ଷା ଉଲ୍ଲଂଘନ ପାଇଁ ପଞ୍ଜାବ ସରକାରଙ୍କ ଅନେକ ଅଧିକାରୀଙ୍କୁ ଦାୟୀ କରିଥିଲେ। ଭଗବନ୍ତ ମାନଙ୍କ ନେତୃତ୍ଵାଧୀନ ଆପ୍ ସରକାର ଏହି ତ୍ରୁଟି ପାଇଁ ୭ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି। ପ୍ରଥମେ ଫିରୋଜପୁରର ତତ୍କାଳୀନ ପୋଲିସ ଅଧୀକ୍ଷକ ଏବଂ ଏବେ ବଠିଣ୍ଡାର ଏସପି ଗୁରବିନ୍ଦର ସିଂଙ୍କୁ ନିଲମ୍ବିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ