ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଉଫୁଳା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନତlରେ ଆୟୋଜିତ ବିଜ୍ଞାନ ମେଳା ରେ ସମୁଦାୟ ୨୨୨ ଟି ପ୍ରକଳ୍ପ ସ୍ଥାନ ପାଇଥିଲା l ଉକ୍ତ ବିଜ୍ଞାନ ମେଳା ଉଦଘାଟନୀ ଉତ୍ସବ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଶିକ୍ଷାବିତ ଶ୍ରୀଧର ବାଗ ପ୍ରମୁଖ ଯୋଗ ଦେଇଥିଲେ I ବାଗବର ସ୍କୁଲ ର ପ୍ରଧାନଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ସଭା ପରିଚାଳନା କରିଥିଲେ l ଶ୍ରେଷ୍ଠ ବିବେଚିତ ୧୬ଟି ପ୍ରକଳ୍ପ କୁ ଜିଲ୍ଲା ସ୍ତରରେ ଭାଗ ନେବାକୁ ଚୟନ କରାଯାଇଥିଲା l ଉଦଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ଅଂଶଗ୍ରହଣ କାରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମର୍ଦ୍ଧିତ କରିଥିଲେ l ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ଶୟମ୍ଭୁନ ନlଥ ଖଣ୍ଡଗିରି , ସଭାପତି ଗୁପ୍ତେଶ୍ୱର ଅମାତ , ମୁଖ୍ୟବକ୍ତା ଭାବରେ ବୈଦ୍ୟନାଥ କର୍ଣ୍ଣ , ସରପଞ୍ଚ ସଙ୍ଘ ସଭାପତି ଶ୍ରୀୟା କର୍ମୀ , ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଶିକ୍ଷକ ଅଭିମନ୍ୟୁ ବଗର୍ତ୍ତୀ ସଭାସଂଚାଳନ କରିଥିଲେ l ରାଜ୍ୟ ସ୍ତର ସୁରଭି ରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ବିଶ୍ୱରୁପା ସାହୁ , ଶୁଭମ ମେହେର , ଗୁରୁ ହୃଷିକେଶ ଦାସ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା l ବିଜ୍ଞାନ ଶିକ୍ଷକ ମନୀଷ କୁମାର ପଣ୍ଡା , ହେମଲତା ମଲ୍ଲିକ , କେଶବ କୁମାର ଦାଶ , ଦେବାନନ୍ଦ ପଧାନ ପ୍ରମୁଖ ବିଚାରକ ଭାବରେ ଯୋଗଦେଇଥିଲେ l ବ୍ଲକ ବିଜ୍ଞାନ ସମ୍ପାଦକ ସଚ୍ଚିତାନନ୍ଦ ବେହେରା ଙ୍କ ସମେତ ବ୍ଲକ ର ସମସ୍ତ ବିଜ୍ଞାନ ଶିକ୍ଷକ , ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଯୋଗଦେଇଥିଲେ l ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୃନ୍ଦାବନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ସାଂସ୍କୁତିକ କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା l
ବୀରମହାରାଜପୁର ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ 222 ଟି ପ୍ରକଳ୍ପ ପ୍ରଦର୍ଶିତ
