Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୃତୀୟ ଦିନରେ ହୀରାକୁଦ ଜିଗଜାଗ୍ କ୍ଲବର କାର୍ତ୍ତିକ ମହୋତ୍ସବ

ସମ୍ବଲପୁର:(ହୀରାକୁ):ହୀରାକୁଦ ଜିଗଜାଗ୍ କ୍ଲବ ପକ୍ଷରୁ ମହାସମାରୋହରେ କାର୍ତ୍ତିକ ପୂଜା ମହୋତ୍ସବ ଆୟୋଜିତ କରାଯାଉଅଛି । ଏହି ଉତ୍ସବରେ ବିଭିନ୍ନ ଡାନ୍ସ କାର୍ଯ୍ୟକ୍ରମ, ଝୋଟି, କୁଇଜ୍, ମେହେନ୍ଦି, ଡ୍ରଇଂ, ୱାଲ୍ ପେଣ୍ଟିଂ, ମ୍ୟୁଜିକାଲ ଚେୟାର, ସଙ୍ଗୀତ ପରିବେଷଣ, ବାଦ୍ୟ ପ୍ରମୁଖ ପ୍ରତିଯୋଗିତା ଆୟୋଜିତ ହେଉଅଛି । ତୃତୀୟ ଦିନରେ ସୋଲୋ ଡାନ୍ସର ଫାଇନାଲ ଅନୁଷ୍ଠିତ ହେଇଥିଲା । ଏହି ଫାଇନାଲରେ ମୁମ୍ବାଇରୁ ଆସିଥିବା ରୋଜା ରାଣା ବିଚାରକ ଦାୟିତ୍ଵ ତୁଲାଇଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ନଗରପାଳ ସିଦ୍ଧାର୍ଥ ଶାହା, କାର୍ତ୍ତିକ କଲେତ୍, ଡଃ.ଶଙ୍କର ରାମଚନ୍ଦାନୀ, ସତୀଶ ବିଶି ପ୍ରମୁଖ ଯୋଗଦାନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଜିଗଜାଗ୍ କ୍ଲବର ଉପସଭାପତି କାର୍ତ୍ତିକ କଲେତ୍, କାର୍ଯ୍ୟକାରୀ ସଭାପତି କ୍ଷୀରୋଦ ସାହୁ, କୋଷାଧ୍ୟକ୍ଷ ସୁରେନ୍ଦ୍ର ସ୍ବାଇଁ, ସମ୍ପାଦକ ହୂରଦାନନ୍ଦ ସାହୁ, ପ୍ରମୋଦ ଗର୍ତିଆ, ଭାସ୍କର ସାହୁ, ବସନ୍ତ ବେହେରା, ଶାନ୍ତନୁ ଗର୍ତିଆ, ରମେଶ ସାବତ, ସୁମିତ, ନିର କାଞ୍ଜିଆ, ଅଶୋକ ମହାରଣା, ଦିପକ ଜ୍ୟୋତିଷ,ପ୍ରମୁଖ ଆୟୋଜନର କାର୍ଯ୍ୟ ତୁଲାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ