ଜୟପାଟଣା ବ୍ଲକ ବତାଶି ଗୁଡା ଗ୍ରାମର ଆଦିବାସୀ ଭତରା ସମାଜ ର ବରିଷ୍ଠ ସମାଜସେବୀ ସ୍ବର୍ଗତ ବଳରାମ ପାତ୍ର ଙ୍କ ପରଲୋକ ହୋଇଥିବା ବେଳେ ସେ ଜଣେ ଭତରା ସମାଜ ର ଜଣେ ସଙ୍ଗଠକ,ସାମାଜିକ କର୍ମକର୍ତ୍ତା ଭାବେ ଜଣାଶୁଣା ଥିଲେ। ରବିବାର ତାଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ଭତ୍ରା ସମାଜ ର ସଭାପତି କୈଳାଶ ଚନ୍ଦ୍ର ମାଝୀ, କ୍ଷୀରୋଦ ମାଝୀ, ସୁଧୀର ପାତ୍ର, ବଂଶୀଧର ଚଳାନ,ତ୍ରୁପ କୁମାର ପାତ୍ର, ରଣସାଏ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସର ରେ ସମାଜ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
ଆଦିବାସୀ ସମାଜ ର ବରିଷ୍ଠ ବ୍ୟକ୍ତି ଙ୍କ ଶୋକସଭା ରେ ଯୋଗଦେଲେ ବିଧାୟକ ।
