Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଈଶ୍ୱର ପ୍ରସାଦ ପାଣିଗ୍ରାହୀ ପାଇଲେ ଭାରତ ଗୌରବ ସମ୍ମାନ

ସମ୍ବଲପୁର : ଦୟାନନ୍ଦ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଈଶ୍ୱର ପ୍ରସାଦ ପାଣିଗ୍ରାହୀଙ୍କୁ ମିଳିଛି ଭାରତ ଗୌରବ ସମ୍ମାନ-୨୦୨୩।ନୂଆଁଦିଲ୍ଲୀର ଦିନଦୟାଲ ମାର୍ଗରେ ଥିବା ଗାନ୍ଧି ପିସ ଫାଉଣ୍ଡେସନ୍ କନଫରେନ୍ସ ହଲ ଠାରେ ଆମ୍ବେଦକର ଆନ୍ତଃର୍ଜାତୀୟ କେନ୍ଦ୍ର ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସରେ ଶ୍ରୀ ପାଣିଗ୍ରାହୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏସପି ସିଂ ଭାଗେଲ, କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଜନ ବାର୍ଲା,ପୁର୍ବତନ ମାନବ ସମ୍ବଳ କେନ୍ଦ୍ର ମନ୍ତ୍ରୀ ସଞ୍ଜୟ ପାଶୱାନ,କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି,ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଉପଦେଷ୍ଟା ରବୀନ୍ଦ୍ର କୁମାର ଜେନା,ପ୍ରଫେସର ପ୍ରିୟରଞ୍ନ ତ୍ରିବେଦୀ, ଗଙ୍ଗାଧର ରଥ,ପ୍ରିଣ୍ଟ ଏଣ୍ଡ ଡିଜିଟାଲ ଆସୋସିଏସନ୍ ସିଇଓ ଜିତେନ୍ଦ୍ର କୁମାର ମେହେତା,ଆମ୍ବେଦକର ଇଣ୍ଟରନେସନାଲ ସେଣ୍ଟର ଭୁବନେଶ୍ବର ଶାଖା ଅଧ୍ୟକ୍ଷ/ ସିଇଓ କାଳିଚରଣ ସିଂ, ଜେଇଏଚଓଓଭିଏଏଚ ନ୍ୟୁଜ ପରିଚାଳନ ନିର୍ଦ୍ଦେଶକ ନୃସିଙ୍ଗନାଥ ନନ୍ଦଙ୍କ ଉପସ୍ଥିତିରେ ଈଶ୍ୱରଙ୍କୁ ମୁଖ୍ୟଅତିଥି ମଡେଲ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟଯେ ଧନୁପାଲି ଓ ପଡିଆବାହାଲ ଦୟାନନ୍ଦ ପବ୍ଲିକ ସ୍କୁଲର ସେ ଅଧ୍ୟକ୍ଷ ରହିବା ସହିତ ବିଭିନ୍ନ ସାମାଜିକ କାମରେ ତାଙ୍କର ସକରାତ୍ମକ ଯୋଗଦାନ ରହିଥାଏ। ଈଶ୍ୱର ଭାରତ ଗୌରବ ସମ୍ମାନରେ ସମ୍ମାନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଳରୁ ଅଭିନନ୍ଦନର ସୁଅ ଛୁଟୁଛି ।