Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାଣ୍ଡିଆନଙ୍କ ଯୋଗଦାନକୁ ସିଦ୍ଧାର୍ଥ କଲେ ସ୍ୱାଗତ

ସମ୍ବଲପୁର: ରାଜ୍ୟ ର ଶ୍ବେଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ ଅଧିକାରୀ ତଥା ଅଧ୍ୟକ୍ଷ ୫ଟି ଓ ଆମ ଓଡିଶା-ନବୀନ ଓଡିଶା ଶ୍ରୀଯୁକ୍ତ ଭି.କାର୍ତୀକେଆନ ପାଣ୍ଡିଆନ ଙ୍କ ବିଜୁ ଜନତା ଦଲ ରେ ଯୋଗଦାନ କୁ ଦଳ ର ରାଜ୍ୟ ସଧାରଣ ସମ୍ପାଦକ ଇଂ ସିଦ୍ଧାର୍ଥ ଦାସ ସ୍ୱାଗତ କରିଛନ୍ତି। ତାଂକର ବର୍ଷ ବର୍ଷ ର ପ୍ରଶାସନିକ ଅନୁଭୂତି, ବିକାଶ ସମ୍ପର୍କୀୟ ଦୃଷ୍ଟିଭଙ୍ଗୀ ତଥା ସାଙ୍ଗଠନିକ ଅଭିଜ୍ଞତା ବିଜୁ ଜନତା ଦଳ କୂ ଆହୁରି କ୍ରିୟାଶୀଳ ଓ ସମନ୍ବିତ କରିବ। ଶ୍ରୀଯୁକ୍ତ ପାଣ୍ଡିଆନ ରାଜ୍ୟ ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ରାଜ୍ୟ ର ସାମଗ୍ରିକ ବିକାଶ ର ନକ୍ସା ର ସଫଳ ରୂପାୟନ କରିବାରେ ସମସ୍ତ ଉଦ୍ୟମ କରିଛନ୍ତି। ରାଜ୍ୟ ରେ ଚାଲିଥିବା ରୁପାଂତକରଣ ଅଭିଯାନ ର ସେ ଶ୍ରେଷ୍ଠ ଵିନ୍ଧାଣି। ତାଂକର ବିକାଶ ର ଆଭିମୁଖ୍ୟ ଓ ବିକାଶ ସହ ଜନ ଆକାଂକ୍ଷା କୂ ସମନ୍ୱୟ କରିବାର ଉଦ୍ୟମ ବିଜୁ ଜନତା ଦଳ କୁ ରାଜ୍ୟ ରେ ଆହୁରି ଜନବାଦି ଭାବେ ସଂଗଠିତ କରିବ । ସାଢେ ଚାରି କୋଟି ଓଡିଶାବାସୀଙ୍କ ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ବିକାଶ ର ପରିକଳ୍ପନା ଗୁଡ଼ିକର ସଫଳ ରୂପାୟନ ରେ ସେ ଅଗ୍ରଗଣ୍ୟ ଭୂମିକା ନେବେ ବୋଲି ଇଂ ସିଦ୍ଧାର୍ଥ ଦାସ ଆଶା ପ୍ରକାଶ କରିଛନ୍ତ