Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟନେଲ୍ ପର୍ଯ୍ୟନ୍ତ ଖୋଦେଇ ଶେଷ, ଆଉ କିଛି ସମୟ ପରେ ବାହାରକୁ ଆସିବେ ଶ୍ରମିକ

ଉତ୍ତରକାଶୀ: ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଗତ ୧୭ ଦିନ ଧରି ଚାଲିଥିବା ଖୋଦେଇ କାମ ପୂରା ହୋଇ ସାରିଛି। ଆଉ କିଛି ସମୟ ପରେ ଶ୍ରମିକମାନଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଆରମ୍ଭ ହେବ। ସଦ୍ୟତମ ଅନୁଯାୟୀ, ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏ ବିଷୟରେ ଆନୁଷ୍ଠାନିକ ସୂଚନା ଦିଅାଯାଇପାରେ। ସନ୍ଧ୍ୟା ସୁଦ୍ଧା ସମସ୍ତ ଶ୍ରମିକ ଓ କର୍ମଚାରୀ ଟନେଲରୁ ବାହାରି ସାରିଥିବେ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଏନଡିଆରଏଫ ଓ ଏସଡିଆରଏଫର ଜଣେ ଲେଖାଏଁ ଯବାନ ଟନେଲ ଭିତରକୁ ପ୍ରବେଶ କରିବେ। ପୁଣି ସେଠାରୁ ଶ୍ରମିକଙ୍କୁ ବାହାରକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରାଯିବ। ସୁଡ଼ଙ୍ଗ ବାହାରେ ଗହଳି ଚହଳି ବଢି ଯାଇଛି ଏବଂ ସମସ୍ତ ଆମ୍ବୁଲାନ୍ସକୁ ଆଲର୍ଟ ମୋଡରେ ରଖାଯାଇଛି। ଷ୍ଟ୍ରେଚର ଓ ଗଦି ସହ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି।

ଆମ୍ବୁଲାନ୍ସଗୁଡ଼ିକୁ କ୍ରମାନ୍ଵୟରେ ରଖାଯାଇଛି, ଯଦ୍ଵାରା ଶ୍ରମିକ ବାହାରକୁ ଆସିବା ମାତ୍ରେ ତୁରନ୍ତ ସେମାନଙ୍କୁ ସିଧାସଳଖ ହସ୍ପିଟାଲରେ ପହଞ୍ଚାଯାଇ ପାରିବ। ଏଥିପାଇଁ ଟନେଲ ଭିତରୁ ବାହାର ପର୍ଯ୍ୟନ୍ତ ରାସ୍ତାକୁ ଖାଲି କରାଯାଇ ଓ୍ଵାନ ଓ୍ଵେ କରାଯାଇଛି।

ଟନେଲଠୁ କିଛି ଦୂରରେ ଏକ ଅସ୍ଥାୟୀ ହସ୍ପିଟାଲ୍ ତିଆରି କରାଯାଇଛି। ଯେଉଁଠି ସାମାନ୍ୟ ଆହତ ଶ୍ରମିକଙ୍କ ଚିକିତ୍ସା କରାଯିବ। ଏହାର କିଛି ଦୂରରେ ଏକ ବେସ୍ ହସ୍ପିଟାଲ୍ ପ୍ରସ୍ତୁତ କରାଯାଇଛି। ଯଦି କୌଣସି ଶ୍ରମିକଙ୍କ ସ୍ଵାସ୍ଥ୍ୟ ବିଗିଡ଼େ ତେବେ ଏମ୍ସ ଋଷିକେଶକୁ ଆଲର୍ଟ କରାଯାଇ ପାରିବ। ଏହା ବାଦ୍ ଏୟାର ଆମ୍ବୁଲାନ୍ସ ବି ଆଲର୍ଟରେ ରଖାଯାଇଛି।

More Stories