Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳସେଚନ ଦାବିରେ ଜାତୀୟ ରାଜପଥ ୨୬ ଅବରୋଧ,ପ୍ରତିଶ୍ରୁତି ପରେ ହଟିଲା।ଅବରୋଧ।

କୋକସରା:୨୮/୧୧ (ସନତ ପ୍ରଧାନୀ) କୋକସରା ବ୍ଲକ ଦଣ୍ଡପାଟ କୃଷକ ସଙ୍ଘ ପକ୍ଷରୁ ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ ସହ ଧାରଣା ଦେଲେ କୋକସରା ଓ ଧର୍ମଗଡ଼ ବ୍ଲକ ର ୪ ପଂଚାୟତ ର ଚାଷି। କୋକସରା ବ୍ଲକ ର ୩ ପଞ୍ଚାୟତ ଡାଲଗୁମା, ମୂଷାପାଲି, ଡ଼ହଗାଁ ଓ ଧର୍ମଗଡ଼ ବ୍ଲକ ତରାପୁର ପଞ୍ଚାୟତ କୁ ରବି ଚାଷ ପାଇଁ ଜଳସେଚନ ପାଇଁ ଗତ ୨୧ ତାରିଖରେ ଚାଷୀମାନେ କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଓ ୨୭ ତାରିଖ ସୁଦ୍ଧା କୌଣସି ପ୍ରତିଶୃତି ନ ମିଳିଲେ ୨୮ ରେ ରାସ୍ତା ଅବରୋଧ ସହ ଧାରଣା ଦେବାକୁ ଚେତାବନୀ ଦେଇଥିଲେ। ତେବେ ମେଗାଲିଫ୍ଟ ବିଭାଗ ପକ୍ଷରୁ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ମଙ୍ଗଳବାର ସକାଳ ୧୧ ଘଣ୍ଟା ରୁ ୪ ପଂଚାୟତ ର ଚାଷି ଦଣ୍ଡପାଟ କୃଷକ ସଙ୍ଘ ର ଆବାହକ ଦିଗାମ୍ବର ଦୁରିଆ,ବିଜେପି ବରିଷ୍ଠ ନେତା ଜନାର୍ଦନ ପଣ୍ଡା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ କୋକସରା ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା, ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ, ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ଡହଗାଁ କୃଷି ସମବାୟ ସଭାପତି ବ୍ରଜରାଜ ନାଏକ, ତରାପୁର ସରପଞ୍ଚ ସନ୍ଦୀପ ସାହୁ,କଂଗ୍ରେସ ଯୁବନେତା ଡାକେଶ୍ୱର ଲହଜଳ,କଂଗ୍ରେସ ଯୁବ ରାଜ୍ୟ ସମ୍ପାଦକ ବେଣୁପାଣି ଦୁର୍ଗା, ବିଜେପି ନେତା ତ୍ରିନାଥ ଶବର,ଚାଷି ନେତା ଘନଶ୍ୟାମ ନାଏକ,ପୂର୍ବତନ ସରପଞ୍ଚ ଦୀପକପଣ୍ଡା,ମହେନ୍ଦ୍ର ଧରୁଆ, ଘନଶ୍ୟାମ ଜାଲ ଙ୍କ ନେତୃତ୍ୱରେ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ କରିଥିଲେ ଓ ଜଳସେଚନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାସ୍ଥଳରେ କୋକସରା ପୋଲିସ ଆଇଆଇସି ରନିତା ପ୍ରଧାନ ଓ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପହଞ୍ଚି ଚାଷି ନେତା ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନଥିଲା। ଚାଷି ମାନେ ନିଜ ଜିଦ ରେ ଅଡ଼ି ବସି ରହିଥିବା ବେଳେ ରାସ୍ତା ର ଉଭୟ ପାର୍ଶ୍ଵରେ ଅନେକ ଗାଡି ମୋଟର ସହ ଯାତ୍ରୀ ମାନେ ଅଟକି ରହିଥିଲେ। କୋକସରା ବ୍ଲକ ଉପାଧ୍ୟକ୍ଷ ଇନ୍ଦ୍ରାବତୀ ଉଠା ଜଳସେଚନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଫୋନ ରେ ଯୋଗାଯୋଗ କରି କେମିତି ଚାଷି ଙ୍କ ଦାବି ପୂରଣ ହେବ ସେନେଇ ଦିର୍ଘ ସମୟ ଆଲୋଚନା କରିଥିଲେ। ଆନ୍ଦୋଳନ ର ଦିର୍ଘ ୩ ଘଣ୍ଟା ପରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ପହଞ୍ଚି ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ପରେ ୪ ପଂଚାୟତ ର ପାଖାପାଖି ୩ ହଜାର ହେକ୍ଟର କୁ ଜଳସେଚନ ପାଇଁ ଫୋନ ରେ ପ୍ରତିଶ୍ରୁତି ଦେଇଥିଲେ ମୁଖୀଗୁଡା ନିର୍ମାଣ ଯନ୍ତ୍ରୀ। ଏହି ପ୍ରତିଶ୍ରୁତି କୁ କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ଆନ୍ଦୋଳନ ରେ ଥିବା ଚାଷି ଙ୍କୁ କହିବା ସହ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହତିଥିଲା।