ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ସମ୍ବଲପୁର:ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ,ଭୀମସାର ବୁର୍ଲା ତରଫରୁ ଆଜି ବୁର୍ଲା ରକ୍ତଭଣ୍ଡାର ଠାରେ ଏକ ଜୀବନବିନ୍ଦୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇ ଯାଇଛି !ମୋଟ ୨୮ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ କବିତା ପୁରୋହିତ-ଜୀବନବିନ୍ଦୁ ମୋ ପରିବାର ସଂଯୋଜିକା, ଅନୀଲ ପ୍ରଧାନ-ବୁର୍ଲା ଥାନା ଅଧିକାରୀ,ସି.ଆର.ପ୍ରସାଦ-ମୁଖ୍ୟ ଅଧିକାରୀ ବ୍ଲଡ଼ ବେଙ୍କ,ସତ୍ୟେନ୍ଦ୍ର କୁମାର ଦାଶ-ବରିଷ୍ଠ ବିଜେଡ଼ି ନେତା,ଆର ଏ ଶିବକୁମାର-ବରିଷ୍ଠ ବିଜେଡ଼ି ନେତା,କଳ୍ପନା ବେହେରା-ବିଜୁ ମହିଳା ଜନତାଦଲ ଉପସଭାନେତ୍ରୀ, ବିଜେଡ଼ି ଯୁବନେତା-ଦୁଲାଲ ଚନ୍ଦ୍ର ରାୟ, ବାଦଲ ବର୍ଣିକ ଅତିଥି ଭାବରେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ କୁ ସମୀର ନାୟକ, ସୁଦାମ ମେହେର, ଆକାଶ ମେହେର, ଦିବ୍ୟ ମେହେର, ଅହଲ୍ୟା ପାତ୍ର, ମମିତା ସାହୁ,ଆରତୀ ପଣ୍ଡା ପରିଚାଳନା କରିଥିଲେ ।