Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡ଼ଭଗା ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରବନ୍ଧନ ପରିଚାଳନାରେ ସମାଜର ଭୂମିକା ସମ୍ପର୍କିତ ଆଲୋଚନାଚକ୍ର

ସମ୍ବଲପୁର:ଗୋଡ଼ଭଗା ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟରେ “ନୁଆଁ ଓଡିଶା ଯୁବ ଓଡିଶା” ପରିପେକ୍ଷୀରେ #ନୁଆଁ ଓ କାର୍ଯ୍ୟକ୍ରମ ଇତିମଧ୍ୟରେ ଅଧ୍ୟକ୍ଷା ପ୍ରମିଳା ପାଳଙ୍କର ସଭାପତିତ୍ୱ ରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଅବସରରେ ଆଜି ବିପର୍ଯାୟ ପରିଚାଳନାରେ ସମାଜର ଭୂମିକା ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଅଧ୍ୟାପକ ଆଶିଷ ପତିଙ୍କର ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ଆଇନଜୀବି ତଥା ସମାଜସେବୀ ସୂର୍ଯ୍ୟ ପାଣିଗ୍ରାହୀ ବିପର୍ଯାୟ ପରିଚାଳନା ଓ ସମାଜ ର ଦାୟିତ୍ୱ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ l ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଆଜିର ଦିନରେ ବିପର୍ଯାୟ ପରିଚାଳନା କ୍ଷେତ୍ର ରେ ଓଡିଶା ପ୍ରଦେଶ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବା ବେଳେ, ଓଡିଶା ପ୍ରଦେଶ ସଫଳତାର ବିପର୍ଯାୟ ପରିଚାଳନା ରେ ସଫଳ ହୋଇ କେନ୍ଦ୍ର ସରକାର ଙ୍କର ଦ୍ୱାରା ପୁରସ୍କୃତ ମଧ୍ୟ୍ୟ ହୋଇସାରିଛି l ପ୍ରାକୃତିକ ହେଉ କି ମନୁଷ୍ୟକୃତ ବିପର୍ଯାୟ, ଏହାର ପରିଚାଳନା ରେ ସମାଜର ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ଶ୍ରୀ ପାଣିଗ୍ରାହୀ ତାଙ୍କର ବକ୍ତବ୍ୟ ରେ କହିଥିଲେ l ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ “ନୁଆଁ ଓଡିଶା ଯୁବ ଓଡିଶା ” କାର୍ଯ୍ୟକ୍ରମ ର ସଂଯୋଜକ( ନୋଡାଲ ଅଧିକାରୀ ) ଅଧ୍ୟାପକ ଦେବବ୍ରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ବୈଜୟନ୍ତୀ ପଶାୟତ, ଅଧ୍ୟାପକ ଶୈଳେଶ୍ୱର ବସ୍ତିଆ, ଅଧ୍ୟାପିକା ମମତାମୟୀ ପ୍ରଧାନ ପ୍ରମୁଖ ମଂଚାସୀନ ଥିବା ବେଳେ ଅଧ୍ୟାପକ ରାକେଶ ଭୋଇ, ଅଧ୍ୟାପିକ ସନ୍ଧ୍ୟାରାଣୀ ପଟେଲ,ଅଧ୍ୟାପକ ବାସୁଦେବ ଜାଲ, ଅଧ୍ୟାପକ ବିଜୟ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ