Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକଙ୍କ ସହ କଥା ହେଲେ ପିଏମ ମୋଦୀ, ଧୈର୍ଯ୍ୟ ଓ ସାହାସକୁ କଲେ ସଲାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଡ଼ଙ୍ଗରୁ ୧୭ ଦିନ ପରେ ସୁରକ୍ଷିତ ଉଦ୍ଧାର ହୋଇଥିବା ଶ୍ରମିକଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ପିଏମ ମୋଦୀ ସଫଳ ରେସକ୍ୟୁ ଅପରେସନରେ ଖୁସି ବ୍ୟକ୍ତ କରି ଏହାକୁ ବାବା କେଦାରନାଥ ଓ ଭଗବାନ ବଦ୍ରିଙ୍କ କୃପା ଦର୍ଶାଇଛନ୍ତି। ପିଏମ ମୋଦୀ ସୁଡ଼ଙ୍ଗରେ ଶ୍ରମିକଙ୍କ ନେତୃତ୍ଵ ନେଇଥିବା ଗବର ସିଂ ଓ ଶବା ଅହମ୍ମଦଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଶବା ଓ ଗବର ମଧ୍ୟ ଟନେଲ ଭିତରେ ବିତାଇଥିବା ସେହି ୧୭ ଦିନର କାଳ ରାତ୍ରର ଅନୁଭୂତି ପ୍ରଧାନମନ୍ତ୍ରୀଙ୍କୁ ବଖାଣିଛନ୍ତି।

ପିଏମ ମୋଦୀ ଶବାଙ୍କ ସହ ଆଲୋଚନା ବେଳେ କହିଛନ୍ତି, ସର୍ବପ୍ରଥମେ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି କି ଏତେ ସଙ୍କଟ ପରେ ମଧ୍ୟ ସଫଳତାର ସହ ଉଦ୍ଧାର ହୋଇଛନ୍ତି। ମୁଁ ଏତେ ଖୁସି ଯେ, ତାହା ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ। କାରଣ କିଛି ବି ତ୍ରୁଟି ହୋଇଥିଲେ କଣ ଘଟିଥାନ୍ତା, ସେହି କଠିନ ସମୟକୁ ସମ୍ଭାଳିବା ମୁସ୍କିଲ ହୋଇଥାନ୍ତା। ଏହା କେଦାରନାଥଙ୍କ, ବଦ୍ରିନାଥ ଭଗବାନଙ୍କ କୃପାରୁ ସମସ୍ତେ କୁଶଳ ବାହାରି ପାରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୧୬-୧୭ ଦିନ କମ ସମୟ ନୁହେଁ। ଆପଣମାନେ ସମସ୍ତେ ବହୁତ ସାହାସ ଦେଖାଇ ପରସ୍ପରର ଉତ୍ସାହ ବଢାଇଛନ୍ତି। ଆପଣମାନେ ସମସ୍ତେ ଧୈର୍ଯ୍ୟର ପରିଚୟ ଦେଇଛନ୍ତି। ମୁଁ ଲଗାତାର ଘଟଣା ବିଷୟରେ ପଚାରି ବୁଝୁଥିଲି ଓ ମୁଖ୍ୟମନ୍ତ୍ରୀଙ୍କ ଯୋଗାଯୋଗରେ ରହୁଥିଲି। ମୁଁ ମଧ୍ୟ ନିଜର ଧୈର‌୍ୟ୍ୟ ରଖିଥିଲି। ମୋର ପିଏମଓର ଅଫିସର ସେଠାରେ ବସିଥିଲେ। ଆମର ପ୍ରୟାସ ସଫଳ ହୋଇଥିବା ପିଏମ ମୋଦୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ