Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି କୃଷକ ମୋର୍ଚ୍ଚାର ଦାବି ନେଇ ପୋଲିସ କଟକଣାକୁ ନିନ୍ଦା କଲା ମୋର୍ଚ୍ଚା

ସମ୍ବଲପୁର: ଚାଷୀ ମାନଙ୍କ ହୀତ ପାଇଁ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ଦେବାକୁ ନେଇ ଆଜି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଘଟିଥିବା ଏହି ଅଭାବନୀୟ ଘଟଣା କୁ ନେଇ ବିଜେପି କୃଷକ ମୋର୍ଚ୍ଚାର ସମ୍ବଲପୁର ଜିଲ୍ଲା ସଭାପତି ସମୀର ରଞ୍ଜନ ବାବୁ ଗଭୀର ଦୁଃଖ ପ୍ରକାଶ କରି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।ତାଙ୍କର ପ୍ରତିକ୍ରିୟା ରେ ସେ କହିଛନ୍ତି ଯେ,ନବୀନ ପଟ୍ଟନାୟକଙ୍କ ସରକାର ସବୁଠି ମୋ ସରକାର ବୋଲି ବିଜ୍ଞାପନ ଦେଇ ଡିଣ୍ଡିମ ପିଟୁଛନ୍ତି।କିନ୍ତୁ ବାସ୍ତବ ଚିତ୍ର ଭିନ୍ନ।ଲୋକ ବା କୌଣସି ସଂଗଠନର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଅଧିକାରକୁ କ୍ଷୁର୍ଣ୍ଣ କରିବା ଭଳି ପଦକ୍ଷେପକୁ ସେ ତୀବ୍ର ନିନ୍ଦା କରୁଛନ୍ତି।ପ୍ରକୃତ ରେ ଏହା ତାଙ୍କର ସରକାର ବୋଲି ପ୍ରମାଣିତ କରିଛନ୍ତି । ମୋ ସରକାର ଅର୍ଥ ସରକାରଙ୍କ ସମସ୍ତ ବିଭାଗ କେବଳ ନବୀନ ପଟ୍ଟନାୟକଙ୍କ ବିଜେଡି ଦଳର ନେତା କର୍ମିଙ୍କର ଅଟେ । ରାଜ୍ୟ ର ନିରୀହ, ଗରିବ, ସାଧାରଣ ଲୋକଙ୍କର କିମ୍ୱା ବିରୋଧୀ ଦଳ ନେତା କର୍ମୀ ଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ । ଶାନ୍ତି ପୂର୍ଣ୍ଣ ଭବେ ଯାଉଥିବା ଏକ ରାଷ୍ଟ୍ରୀୟ ଦଳ ର କର୍ମୀ ପଦାଧିକାରୀଙ୍କୁ ଜିଲ୍ଲାପାଳ କାର୍ଯ୍ୟଳୟରେ ପ୍ରବେଶ କରାଇ ନଦେବା ନବୀନ ସରକାରଙ୍କ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ର ଆଉ ଏକ ନଗ୍ନ ଚିତ୍ର । ଏଭଳି ଜନବିରୋଧୀ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଆମେ ଦୃଢ଼ ଶବ୍ଦ ରେ ନିନ୍ଦା ଓ ବିରୋଧ କରୁଛୁ ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ