Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଳାୟନ କରିବେ ଦିଲ୍ଲୀ-ମୁମ୍ବାଇବାସୀ ? ବାୟୁ ପ୍ରଦୂଷଣ କାରଣରୁ ୬୦ ପ୍ରତିଶତ ଛାଡ଼ିବାକୁ ଚାହାନ୍ତି ସହର

ନୂଆଦିଲ୍ଲୀ: ଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି। ବିଶେଷ କରି ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ପରି ବଡ଼ ସହରର ବାୟୁ ଗୁଣବତ୍ତା ଅତ୍ୟନ୍ତ ନିମ୍ନମାନର ରହିଛି। ପରିସ୍ଥିତି ଏମିତି ଜଟିଳ ହେବାରେ ଲାଗିଛି ଯେ, ଅଧିକାଂଶ ବାସିନ୍ଦା ନୂଆଦିଲ୍ଲୀ ଓ ମୁମ୍ବାଇ ଛାଡ଼ିବାକୁ ବିଚାର କରିଲେଣି। ଡାକ୍ତର ଓ ବିଶେଷଜ୍ଞ ମଧ୍ୟ ପ୍ରଦୂଷଣରୁ ହେଉଥିବା ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରି ସାରିଛନ୍ତି।

ଦିଲ୍ଲୀ ଓ ମୁମ୍ବାଇରେ ରହୁଥିବା ୬୦ ପ୍ରତିଶତ ଲୋକେ ଦୁଇ ସହରର ବାୟୁପ୍ରଦୂଷଣର ଖରାପ ସ୍ଥିତିକୁ ଦେଖି ଅନ୍ୟ ବିକଳ୍ପ ଉପରେ ବିଚାର କରୁଛନ୍ତି। ସଦ୍ୟତମ ରିପୋର୍ଟରୁ ଏହାର ଖୁଲାସା ହୋଇଛି। ସ୍ଵାସ୍ଥ୍ୟ ସେବା ପ୍ରଦାତା ପ୍ରିଷ୍ଟିନ କେୟାର ସଂସ୍ଥା ଦିଲ୍ଲୀ, ମୁମ୍ବାଇ ଓ ଏହାର ଆଖାପାଖ ଅଞ୍ଚଳରେ ଚାରି ହଜାର ଲୋକଙ୍କୁ ନେଇ ଏହି ଅଧ୍ୟୟନ କରିଛି।

ଅଧ୍ୟୟନରୁ ଜଣା ପଡ଼ିଛି ଯେ, ବାୟୁ ପ୍ରଦୂଷଣ କାରଣରୁ ଲୋକଙ୍କ ନିକଟରେ କାଶ, ନିଃଶ୍ଵାପ୍ରଶ୍ଵାସରେ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ଆଖିରୁ ପାଣି ବାହାରିବା ଏବଂ ଶରୀର କୁଣ୍ଡାଇ ହେବା ପରି ସମସ୍ୟା ଦେଖା ଦେଇଛି। ସର୍ଭେରୁ ଏହା ମଧ୍ୟ ଜଣା ପଡ଼ିଛି ଯେ, ଦିଲ୍ଲୀ ଓ ମୁମ୍ବାଇରେ ୧୦ରୁ ୬ ଜଣଙ୍କ ଠାରେ ବାୟୁ ପ୍ରଦୂଷଣର ପ୍ରଭାବ ଅଧିକ ପଡ଼ୁଛି। ବିଶେଷ କରି ଶୀତ ଋତୁ ଆସିଲେ ବାୟ ପ୍ରଦୂଷଣ ବଢିବାରେ ଲାଗୁଛି।

ସର୍ଭେରେ ସାମିଲ୍ ଲୋକମାନେ କହିଛନ୍ତି ଯେ, ବାୟୁ ପ୍ରଦୂଷଣ କାରଣରୁ ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିଛି। ୩୫ ପ୍ରତିଶତ ବ୍ୟାୟାମ ଓ ଦୌଡ଼ିବା ପରି ବାହ୍ୟ ଗତିବିଧି ବନ୍ଦ କରି ଦେଇଛନ୍ତି। ୩୦ ପ୍ରତିଶତ ମାସ୍କ ପିନ୍ଧିବା ଆରମ୍ଭ କରି ଦେଇଛନ୍ତି।