Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

23 ଜାନୁଆରୀ ରୁ 29 ପର୍ଯ୍ୟନ୍ତ ସାତଦିନ ଧରି ଆୟୋଜିତ ହେବ ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ଜାନୁୟାରୀ ୨୩ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ଏନେଇ ବୀରମହାରାଜପୁର ସ୍ଥିତ ଜଳସେଚନ ଡାକ ବଙ୍ଗଳା ପରିସର ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀ ରେ ସୂଚନା ପ୍ରଦାନ କରାଯାଇଛି । ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ କମିଟି ର ସଭାପତି କିଶୋର ହୋତା ଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତି ବୈଠକ ବସି ନିଷ୍ପତି ନିଆ ଯାଇଥିବା ଜଣାଯାଇଛି l ଉକ୍ତ ବୈଠକ ରେ ଧନୁଯାତ୍ରା କମିଟି ସଂଯୋଜକ ଅକ୍ଷୟ ସରାଫ , ସହ ସଂଯୋଜକ ଚିନ୍ମୟ କୁମାର ସାହୁ , ବରିଷ୍ଠ ସାମ୍ବାଦିକ ଶୟମ୍ଭୁନାଥ ଖଣ୍ଡଗିରି , ବରିଷ୍ଠ ଆଇନଜୀଵୀ ପ୍ରଦୀପ କୁମାର ମିଶ୍ର , , ଆଲୋକ କୁମାର ଦେହୁରୀ , ଆଶ୍ରୟ ମହାନନ୍ଦ , ସିତୁ ଥାନାପତି , ପ୍ରକାଶ କୁମାର ପଧାନ , ରାମ ଭୁକ୍ତା , ଟିଟୁ ପଣ୍ଡା ଙ୍କ ସମେତ ଶତାଧିକ କମିଟି ସଦସ୍ୟ ଯୋଗଦାନ କରିଥିଲେ l ଧନୁଯାତ୍ରା ସାଙ୍ଗକୁ ମିନାବଜାର ଓ ଅନ୍ୟାନ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ଉକ୍ତ କାର୍ଯ୍ୟକ୍ରମ ରେ ଗୋପ ଲୀଳା , ସାହିତ୍ୟ ସଭା , କବି ସମ୍ମିଳନୀ , ଖାଦ୍ୟ ପ୍ରତିଯୋଗିତା , ପାଲା , ଦାସ କାଠିଆ , ଢୋଲ , ମୃଦଙ୍ଗ, ଝୋଟି ଓ କୁଇଜ ପ୍ରତିଯୋଗିତା ଆୟୋଜନ କରାଯିବ। ଏହା ସହିତ ପୁସ୍ତକ ଓ ସ୍ମରଣିକା ପ୍ରକାଶ ପାଇବାକୁ ନିଷ୍ପତି ନିଆଯାଇଛି l ଉକ୍ତ ଧନୁଯାତ୍ରା ରେ ଚିଚିଣ୍ଡା ର ଝସ କେତନ ପଧାନ କଂସ ଭୂମିକାରେ ଅଭିନୟ କରିବାର ଆୟୋଜନ କମିଟି ସଭାପତି ଶ୍ରୀ ହୋତା ପ୍ରକାଶ କରିଛନ୍ତି l ଖବରଦାତା ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ଧନୁଯାତ୍ରା କମିଟି ର ସଂଯୋଜକ ଅକ୍ଷୟ ସରାଫ ଓ ସହସଂଯୋଜକ ଚିନ୍ମୟ କୁମାର ସାହୁ ଉପସ୍ଥିତ ଥିଲେ।