Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଚଢାଉ ବେଳେ ଛାତରୁ ଡେଇଁ ଚମ୍ପଟ ମାରିଲେ ଜେଇ

ଭୁବନେଶ୍ଵର: ଭିଜିଲାନ୍ସ ରେଡ୍ ବେଳେ ଘର ଛାତ ଡେଇଁ ଚମ୍ପଟ ମାରିଲେ ଜୁନିୟର ଇଞ୍ଜିନିୟର(ଜେଇ)। ଭୁବନେଶ୍ଵର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଛୁ ମାରିଛନ୍ତି। ଜେଇ ଜଣକ ହେଉଛନ୍ତି ସୁନୀଲ ପାଢୀ। ନିଜ ଘର ଛାତକୁ ଯାଇ ପଡ଼ିଶା ଘର ଛାତକୁ ଡେଇଁ ଚମ୍ପଟ ମାରିଛନ୍ତି।

ଭୁବନେଶ୍ୱର RWSSର ଜୁନିୟର ଇଞ୍ଜିନିୟରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି । ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢଉରେ ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୭ଜଣ ଏଏସଅାଇ ସାମିଲ ଅଛନ୍ତି । ଜୁନିୟର ଇଞ୍ଜିନିୟର ସୁନୀଲ କୁମାର ପାଢ଼ୀଙ୍କ ଜାଗମରା ସ୍ଥିତ ପାଢ଼ୀ ଭିଲ୍ଲା ସମେତ, ଭୁବନେଶ୍ୱରର RWSS ଅଫିସ, ଆସ୍କା ସ୍ଥିତ ପୈତୃକ ଘରେ ଏକକାଳୀନ ଚଢଉ ଚାଲିଛି । ଗୁରୁବାର ସକାଳେ ଭିଜିଲାନ୍ସ ଟିମ୍ ଘର କବାଟ ବାଡାଇବା ବେଳକୁ ବାଲକୋନୀକୁ ଯାଇ ପାଖ ବିଲଡିଂକୁ ଡେଇଁ ଇଞ୍ଜିନିୟର ସୁନୀଲ ପଳାଇଥିବା ସ୍ପଷ୍ଟ କରିଛି ଭିଜିଲାନ୍ସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ