Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏସଏସ ଜାତୀୟ ସେବା ଯୋଜନା ଶୀତ କାଳୀନ ଶିବିର ଆୟୋଜିତ, ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୩୦/୧୧ କୋକସରା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁଏନ ଏସ ଏସ ଜାତୀୟ ସେବା ଯୋଜନା ଶିବିର ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଐରି ନାସନ ଚିନ୍ଦା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗମ୍ଭାରୀଗୁଡା ପଞ୍ଚାୟତ ଅଁଳା ଗୁଡା ଗ୍ରାମରେ ଉଦଘାଟିତ ହୋଇଯାଇଛି। ଶିବିର ର ପ୍ରଥମ ଦିବସ ରେ ସ୍ବେଛାସେବୀ ମାନେ ସମ୍ବିଧାନ ଦିବସ ପାଳନ କରିଛନ୍ତି।। ଦ୍ଵିତୀୟ ଦିବସ ରେ ଅଁଳାଗୁଡା ଗ୍ରାମରେ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ରେ ନିଶା ନିବାରଣ, ସ୍ୱଚ୍ଛତା ଉପରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ। ତୃତୀୟ ଦିନରେ ଅଗ୍ନିକାଣ୍ଡ ନିରାପତ୍ତା ଉପରେ ସ୍ଥାନୀୟ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଡେମୋ ମାଧ୍ୟମରେ ଆକସ୍ମିକ ବିପଦ ସମୟରେ କେମିତି ରକ୍ଷା ପାଇବା ସେନେଇ ସଚେତନତା ଓ ପ୍ରଦର୍ଶିତ କରିଥିଲେ, ଚତୁର୍ଥ ଦିନରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର ଏନ ଏସ ଏସ ସଂଯୋଜକ ଡ଼. ଚିତ୍ତରଞ୍ଜନ ଖୁଣ୍ଟିଆ ଉପସ୍ଥିତ ରହି ଶିବିର ରେ ଭାଗ ନେଇଥିବା ସ୍ବେଛାସେବୀ ଙ୍କୁ ଏନଏସଏସ ର ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ କୁ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର, ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଧ୍ୟାପିକା।କନକ ମଞ୍ଜରୀ ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ଛାତ୍ରଛାତ୍ରୀ ମାନେ ସଚେତନତା ବିଷୟବସ୍ତୁ କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଗ୍ରାମବାସୀ ଙ୍କୁ ସଚେତନ କରିଛନ୍ତି।ଡିସେମ୍ବର ୧ ତାରିଖରେ ରେ ଏଡସ ଦିବସ ଅବସରରେ ଏଡ଼ସ ନିରାକରଣ ସଚେତନତା ରେଲି ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେବାନେଇ ପ୍ରୋଗ୍ରାମ ଅଫିସର ଶ୍ରୀ ଚିନ୍ଦା ସୂଚନା ଦେଇଥିଲେ।