Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ ରେ ଏଡ଼ସ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୦୧/୧୨ କୋକସରା ବ୍ଲକ ଅନ୍ତର୍ଗତ ଲଡୁ ଗାଁ ହାୟର ସେକେଣ୍ଡେରୀ ସ୍କୁଲ ରେ ରେଡ ରିବନ୍ କ୍ଲବ ଏବଂ ଯୁବ ରେଡକ୍ରସ ଆନୁକୁଲ୍ୟରେ ଓଡ଼ିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ସହାୟତାରେ ତିନି ଦିନ ବ୍ୟାପୀ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏଡ଼ସ ର କାରଣ ଓ ନିରାକରଣ ଶୀର୍ଷକ ବିଷୟରେ ପ୍ରବନ୍ଧ , ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । କଲେଜ ଅଧ୍ୟକ୍ଷ ଡ଼. ନିହାର କାନ୍ତ ପଣ୍ଡା ରେଡକ୍ରସ ପତାକା ଦେଖେଇ ଏଡ଼ସ ସଚେତନତା ଶୋଭାଯାତ୍ରା କୁ ଉଦ୍ଘାଟନ କରିଥିଲେ । ଯୁବ ରେଡକ୍ରସ ପରାମର୍ଶ ଦାତା ଅଧ୍ୟାପକ ସଞ୍ଜୟ ପୁରୋହିତଙ୍କ ନେତୃତ୍ବରେ ୧୫୦ ଜଣ ସ୍ଵେଚ୍ଛାସବୀ ଲଡୁ ଗାଁ ର ବିଭିନ୍ନ ପଡା ଯାଇ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଅଧ୍ୟକ୍ଷ ଡ଼.ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ କୋକସରା ଗୋଷ୍ଠୀ ଚିକିତ୍ସାଳୟ ର itct ପରାମର୍ଶ ଦାତା ଡ଼. ଝାସକେତନ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏଡ଼ସ ନିରାକରଣରେ ଗୋଷ୍ଠୀ ସମୂହ ନେତୃତ୍ବ ଦେବାପାଇଁ ଗୁରୁତ୍ୱାରୋପ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରେମାନନ୍ଦ ସାହା, ଅଧ୍ୟାପିକା କଲ୍ୟାଣୀ ମହାନ୍ତି, ଅଧ୍ୟାପକ ଶଙ୍କର ସତନାମୀ, ସାମ୍ବାଦିକ କିଶନ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅଧ୍ୟାପକ ସଞ୍ଜୟ ପୁରୋହିତ ଅତିଥି ପରିଚୟ ଉଦ୍ଧେଶ୍ୟ ତଥା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଭାରତ ଭୁଷଣ ଠାକୁର, ଭାଗବତ କଟା, ବିଭୁଞ୍ଜନ ସାହୁ, ବିରେନ୍ଦ୍ର ନାରାୟଣ ଦାସ, ଦିବାକର ଦୁର୍ଗା, ସତ୍ୟ ନାରାୟଣ ହଂସ, ଗୀତାଞ୍ଜଳି ରାଉତ, ଭାନୁମତୀ ମାଝୀ, ସପନା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।