Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଵାସ ଯୋଜନା କାହାପାଇଁ, ପ୍ରଶ୍ନ କରୁଛି ହାତଭାଗିନୀ ଗୁରୁବାରୀ, କିଏ ବୁଝିବ ଦୁଃଖ, ବିଡ଼ିଓ କହିଲେ ତଦନ୍ତ କରିବା।

କୋକସରା:୦୧/୧୨ ନା ଆଗରେ କେହି ଅଛି ନା ପଛରେ କେହି ଅଛି,ସ୍ୱାମୀ ଓ ପୁଅ ୨୦ ବର୍ଷ ତଳେ ଆର ପାରିକୁ ଯିବାପରେ ନିଜ ଭାଗ୍ୟ କୁ ଆଦରି ଭଙ୍ଗା ଇଟା କୁଡିଆ ରେ ପଡି ରହିଛି ବୃଦ୍ଧା ଗୁରୁବାରୀ ମାଝୀ, କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗାଁ ରେ ରହୁଛନ୍ତି ଗୁରୁବାରୀ ମାଝୀ ବୟସ ପାଖାପାଖି ୬୬ ହେବ। ସ୍ୱାମୀ ରାମ ମାଝୀ ଓ ପୁଅ ଙ୍କୁ ଦଇବ ଛଡାଇ ନେବାପରେ ଅତି ଦୁର୍ବିସହ ଜୀବନ କାଟୁଛନ୍ତି ବୃଦ୍ଧା ଜଣକ। ଓଳିଏ ଖାଇଲେ ଓଳିଏ ଓପାସ ।ସ୍ବାମୀ ଓ ପୁଅକୁ ହରାଇ ସେ ଖରା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଟିଏ ମଧ୍ୟ ନାହିଁ । ଯେଉଁ ଭଙ୍ଗା ଦଦରା ଘର ବଖରା ଟିଏ ଅଛି ତାର ଅବସ୍ଥା ଆପଣମାନେ ଦେଖିଲେ ହିଁ ଜାଣିପାରିବେ।।ବାରମ୍ବାର ପଞ୍ଚାୟତ ରେ ଆଵାସ ଘର ଖଣ୍ଡିଏ ପାଇଁ ଆବେଦନ କରିଛନ୍ତି ହେଲେ ବିଧବା ଗୁରୁବାରୀ ଙ୍କ ପାଇଁ ପଞ୍ଚାୟତ ସରପଞ୍ଚ ଓ କର୍ମଚାରୀ ଙ୍କ ଦରଦ ବା କାହୁଁ ଆସିବ, ଥିଲା ଵାଲା ଲୋକଙ୍କୁ ଆଵାସ ଘର ରେ ସାମିଲ କରୁଥିବା ବେଳେ ଗୁରୁବାରୀ ଙ୍କ ପରି ଦୁଃଖୀ ଙ୍କ ପାଇଁ ଆଖି ବୁଜି ଦେଇଛି ପ୍ରଶାସନ।
ଏଇ ଅସହାୟ ବୃଦ୍ଧା ଗୁରୁବାରି ଙ୍କ ସମ୍ପତ୍ତି କହିଲେ ଖଣ୍ଡେ ଦିଖଣ୍ଡ ଭଙ୍ଗା ଦଦରା ଟିଣ ବାକ୍ସ ଆଉ ଅଧା ଖଣ୍ଡିଆ ଭଙ୍ଗା ଘର,ଦିନ ରେ ସୂର୍ଯ୍ୟ ଓ ରାତି ରେ ତାରା ଦେଖାଯାଉଛି ଭଙ୍ଗା ଘର ଝିକର ଫାଙ୍କ ରୁ। ବେଳେ ବେଳେ ନିଜ ଭାଗ୍ୟକୁ କୁ ନିନ୍ଦି କାନ୍ଦନ୍ତି ଗୁରୁବାରି । ଯୋଜନାରୁ ବଞ୍ଚିତ ହୋଇଥିବା ଜାଣି ମନରେ ପ୍ରଶ୍ନ ଉଠେ ସରକାରଙ୍କ ଏ ବିଚିତ୍ର ବ୍ୟବସ୍ଥା ଉପରେ । ଏନେଇ କୋକସରା ବିଡ଼ିଓ।ସ୍ନେହାପ୍ରଭା ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ କରି ଆଵାସ ଯୋଜନା ରେ ତାଙ୍କ ନାଁ ରହିଛି କି ନାହିଁ ତାହା ଦେଖିବା ପରେ ଯଦି କୌଣସି ଅନିୟମିତତା ରହିଛି ତାହେଲେ ତାଙ୍କୁ ଶୀଘ୍ର ଆଵାସ ଯୋଜନା ରେ ସାମିଲ କରି ପରବର୍ତ୍ତୀ ସମୟରେ ଘର ଦିଆଯିବ ବୋଲି କହିଛନ୍ତି। ଆଶା ବିଡ଼ିଓ ମହାଶୟା ବୃଦ୍ଧା ଗୁରୁବାରୀ ର ଅସହାୟତା କୁ ହୃଦୟଙ୍ଗମ କରି ଆଵାସ ଘର ଯୋଗାଇ ଦେଇ ଜୀବନ ର ଅପରାହ୍ନ ରେ ପହଞ୍ଚି ଥିବା ଗୁରୁବାରୀ ମୁହଁରେ ହସ ଫୁଟାଇବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories