Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଓଡିଶା ନବୀନ ଓଡିଶା ବୁର୍ଲା ବିଏସସି ନର୍ସିଂ କଲେଜରେ ଉଦଘାଟିତ

ସମ୍ବଲପୁର(ବୁର୍ଲା):ଆଜି ବୁର୍ଲା ଭୀମସାରର ବିଏସସି ନର୍ସିଂ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛିI ଏଥିରେ ନର୍ସିଂ କଲେଜ ଅଧ୍ଯକ୍ଷା ଗୀତାଞ୍ଜଳି ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏକ୍ସ ଆର୍ମି କମାଣ୍ଡୋ ଦେ ନାରାୟଣ ତିୱାରୀ, ସମ୍ମାନିତ ଅତିଥି ଭାବେ ଭୀମସାରର ଅଧିକ୍ଷକ ଡ଼ା ଲାଲମୋହନ ନାୟକ,ବିଜେଡି ଜିଲ୍ଲା ଉପସଭାପତି ଦେବାଶିଷ ନନ୍ଦ. ସମ୍ପାଦକ ତରଣୀସେନ ଚାନ୍ଦ. ଜୋନ ଯୁବ ସାଧାରଣ ସମ୍ପାଦକ ରମାକାନ୍ତ ସାହୁ, ଶ୍ରୀମତୀ ଲୀଳାବତୀ ସ୍ୱାଇଁ ନୋଡାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେI ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୁବ ସମାଜ ଉପରେ ଯୁବାଭିମୁଖୀ  ବିକାଶ ର ଅଗ୍ରଗତି ନିମନ୍ତେ ବିଭିନ୍ନ କଲେଜ ମାଧ୍ୟମରେ ହେଉଥିବା କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମୁଖ୍ୟ ଅତିଥି ଆଲୋକପାତ କରିଥିଲେ I ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଡ଼ିସେମ୍ବର ୧ ରେ ଏଡ଼ସ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ର ଛାତ୍ରୀ ମାନେ ସହର ପରିକ୍ରମା କରିଥିଲେ Iପରେ ଭୀମସାର ଏଆରଟି କେନ୍ଦ୍ର ନିକଟରେ ଏଡ଼ସ ଉପରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା I ଏଥିରେ ଏଡ଼ସ ସେଲର ନୋଡାଲ ଅଫିସର ଡ଼ା ପ୍ରଫୁଲ୍ଲ କୁମାର ବରିହା ଉପସ୍ଥିତ ଥିଲେ Iଏହି କାର୍ଯ୍ୟକ୍ରମ ଆଗାମୀ ୧୪ ଡିସେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅଧ୍ୟକ୍ଷ୍ୟ ସୂଚନା ଦେଇଛନ୍ତିI ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଶିକ୍ଷକ ଓ ଛାତ୍ର ଛାତ୍ରୀମାନେ ଧନ୍ୟବାଦ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମ କୁ କଲ୍ୟାଣୀ ମହାନ୍ତି ଓ ଚିନ୍ମୟୀ କଉ ପରିଚାଳନା କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ