Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଶିଶୁ ମନ୍ଦିର ରେ ବାର୍ଷିକ ଖେଳକୁଦ ଉତ୍ସଵ ଅନୁଷ୍ଠିତ।

କୋକସରା:୦୧/୧୨ କୋକସରା ବ୍ଲକ ଲଡୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ଆନୁକୂଲ୍ୟରେ।ଶୁକ୍ରବାର ଦ୍ଵି ଦିବସିୟ ବାର୍ଷିକ ଖେଳକୁଦ ସମାରୋହ ଆୟୋଜିତ ହୋଇଛି। ସଭାପତି ଗରୁଡ଼ ବାଗ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ସମ୍ପାଦକ।ଶ୍ରୀମନ୍ତ ପାଢ଼ୀ, ଯୁବ ସମାଜସେବୀ ଭଗବାନ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ରବି ନାରାୟଣ ଦାସ, ବିକାଶ ଅଗ୍ରୱାଲ ଯୁବ ସାମ୍ବାଦିକ କିଶନ ପଟ୍ଟନାୟକ,ପୁରାତନ ଛାତ୍ର ଅରୁଣ ଗୋୟଲ ଉପରକୁ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଛାତ୍ରୀ ମାନେ ମା ବାଗଦେବୀ ସରସ୍ୱତୀ ଙ୍କ ବନ୍ଦନା ଗାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଚାର୍ଯ୍ୟ ଜିତେନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।ଏହି ଅବସର ରେ ପ୍ରାକ ଶିଶୁ ବିଭାଗ କିଶୋର ବିଭାଗ ର ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।