Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦର୍ଶ ବିଦ୍ୟାଳୟ ପାଇଁ ବସ ସେବାର ଶୁଭାରମ୍ଭ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ର ଆଦର୍ଶ ବିଦ୍ୟାଳୟ ରେଙ୍ଗାଳି ରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଏନ ଏଲ୍ ସି କମ୍ପାନୀ ପକ୍ଷରୁ ଏକ ବସ ସେବା ର ଶୁଭାରମ୍ଭ କରାଯାଇଛି। ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ର ଛାତ୍ର ଛାତ୍ରୀ ମାନେ ବହୁ କଷ୍ଟ ରେ ରେଙ୍ଗାଳି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଆସୁଥିଲେ। ସେଥିପାଇଁ ଏନ ଏଲ୍ ସି କମ୍ପାନୀ ର ସି ଏସ ଆର ପାଣ୍ଠି ରୁ ଏକ ବସ ସେବା ଆରମ୍ଭ କରାଯାଇଛି। ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ ଓ ସମିତି ସଭ୍ୟା ଅନିତା ସିଂ ଏହି ବସ ସେବା ର ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମ୍ପାନୀ ର ଫ୍ରଂକ୍ଲିନ୍ ଜୟ କୁମାର, କେ ସତ୍ୟ ପ୍ରକାଶ, ନିରାଜ ସିନ୍ନା, ସୁବ୍ରତ ବିଶ୍ଵାଳ, ରେଙ୍ଗାଳି ବ୍ଲକ୍ ଅଧ୍ୟକ୍ଷ ସତ୍ୟନାରୟଣ ଅଗ୍ରୱାଲ, ବିଜେଡି ଜିଲ୍ଲା ଉପ ସଭାପତି କିରଣ ବେହେରା, ଗାନ୍ଧୀ ବେହେରା, ବ୍ଲକ ବିଜେଡି ଛାତ୍ର ସଭାପତି ବାବୁଲୁ ରାଉତ ଙ୍କ ସହ ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମବାସୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ