ଖିଣ୍ଡା ରେ ରକ୍ତଦାନ ଶିବିର


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମରେ ଏନ୍ ଏଲ ସି କମ୍ପାନୀ ଓ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ମିଳିତ ଆନୁକୁଲ୍ୟରେ ଏକ ରକ୍ଟଦାନ ଶିବିର ଆୟୋଜନ କରାଯାଇଥିଲା। ଖିଣ୍ଡା ସରପଞ୍ଚ ସଂଧ୍ୟାରାଣୀ ପଧାନ ଏହି ଶିବିର କୁ ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏନ୍ ଏଲ ସି କମ୍ପାନୀ ର ଫ୍ରାଙ୍କଲିନ ଜୟକୁମାର, ନିରଜ ଶିନ୍ନା, ସୁବ୍ରତ ବିଶ୍ଵାଳ, ପ୍ରଭଞ୍ଜନ ମହାପାତ୍ର, ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ର ସଭାପତି କିରଣ ବେହେରା, କାର୍ଯ୍ୟକାରୀ ସଭାପତି ବାବୁଳୁ ରାଉତ ସଂଘ ର ଶତାଧିକ କର୍ମକର୍ତ୍ତା ଙ୍କ ସହଯୋଗ ରେ 121 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବୁର୍ଲା ରକ୍ତଭଣ୍ଡାର ର କର୍ମକର୍ତ୍ତାଙ୍କ ସହଯୋଗ ରେ ରକ୍ତ ସଂଗ୍ରହ କରାଯାଇଥିଲା।