ସମ୍ବଲପୁର:ଜୁଯୋମୁରା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ବାଗ୍ଙ୍କ ତତ୍ତ୍ଵାବଧାନରେ ଦ୍ବିତୀୟ ପର୍ଯ୍ୟାୟର ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ମାସକୁ ୫ ଦିନ ଧରି ୩ ମାସ ପର୍ଯ୍ୟନ୍ତ ଚାଲିବ । ପ୍ରଧାନ ଶିକ୍ଷକ ଜୟକୃଷ୍ଣ ବାଗ୍ ବିଦ୍ୟାଳୟର ଛାତ୍ରୀମାନଙ୍କୁ ବର୍ତ୍ତମାନର ପରିପ୍ରେକ୍ଷୀରେ ଏହି ଆତ୍ମରକ୍ଷା ଶିବିରର ଆବଶ୍ୟକତା ଓ ମହତ୍ତ୍ଵ ବିଷୟରେ ଧାରଣା ଦେଇଥିଲେ । ଏଥିରେ ଏହି ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷୟିତ୍ରୀ ରଜନୀଗନ୍ଧା ବିଶୀ ଓ ଶିକ୍ଷୟିତ୍ରୀ ନିବେଦିତା ବାର୍ଲ୍ଲା ଶିବିରରେ ଛାତ୍ରୀମାନଙ୍କୁ ସୁନ୍ଦର ଓ ସହଜ ଭାବରେ ଆତ୍ମରକ୍ଷାର ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ ।
ରାଣୀ ଲକ୍ଷ୍ମୀ ବାଇ ଆତ୍ମରକ୍ଷା ଶିବିର
