Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ଗୌରବ ଚନ୍ଦ୍ରଶେଖର ବେହେରା ପୁସ୍ତକ ଲୋକାର୍ପିତ

ସମ୍ବଲପୁର: ଓଡିଶା ସାଂସ୍କୃତିକ ସମାଜ,ସମ୍ବଲପୁର ପକ୍ଷରୁ ଆଜି ସ୍ଥାନୀୟ ସ୍ବାଧିନତା ସଂଗ୍ରାମୀ ସ୍ମୃତି ଭବନଠାରେ ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷ ପାଳନ ଅବସରରେ ଏକ ପୁସ୍ତକ “ ଓଡିଶା ଗୌରବ ଚନ୍ଦ୍ରଶେଖର” ଲୋକାର୍ପିତ ହୋଇ ଯାଇଛି ଅନୁଷ୍ଠାନର ସଭାପତି ଅଶୋକ କୁମାର ମିଶ୍ରଙ୍କର ଅଧ୍ଯକ୍ଷତାରେ ଆୟୋଜିତ ଏହି ସଭାରେ ଉନ୍ମୋଚକ ତଥା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ.ସୁରେଶ ଚନ୍ଦ୍ର ଦଳେଇ ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ, ଏ ମାଟିର ଭାଷା ଓ ଜାତି ପ୍ରତି ଚନ୍ଦ୍ରଶେଖର ବେହେରାଙ୍କ ଅତୁଳନୀୟ ଅବଦାନ ରହିଛି ଯାହା ଆମ ଉତ୍ତର ପିଢି ଜାଣିବା ଅତ୍ୟନ୍ତ ଆବଶ୍ଯକ ଏବଂ ସେମାନଙ୍କୁ ଜଣାଇବାର କର୍ତ୍ତବ୍ୟ ଆମର ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ସମାଜର ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଲନ ସମିତିର ଆବାହକ ରାମାନୁଜ ପଣ୍ଡା ସଦ୍ୟ ଉନ୍ମୋଚିତ ପୁସ୍ତକଟିରେ ସଂକଳିତ ବିଭିନ୍ନ ବିଷୟ ତଥା ଏହି ପୁସ୍ତକର ପ୍ରକାଶନର ଗୁରୁତ୍ବ ସମ୍ପର୍କରେ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଶିକ୍ଷାବିତ ଅରବିନ୍ଦ ମହାପାତ୍ର,ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ପ୍ରମୁଖ ଚନ୍ଦ୍ରଶେଖରଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।ସହ ସମ୍ପାଦକ ସୁରେଖା ସାହୁ,କୋଷାଧ୍ୟକ୍ଷ ଦୀନବନ୍ଧୁ ପଣ୍ଡା,ପ୍ରଫୁଲ୍ଲ କୁମାର ହୋତା,ସଂଜୟ ବାବୁ,ଦିଲୀପ କୁମାର ବଘାର ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ