Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଟେସିଂହା ହାଇସ୍କୁଲ ରେ ବୀରମହାରାଜପୁର ବ୍ଲକ ସ୍ତରୀୟ ରେଡକ୍ରସ ଶିବିର ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ବ୍ଳକ ସ୍ତରୀୟ ରେଡକ୍ରସ ସଚେତନତା ଶିବିର ପାଳିତ ହୋଇଯାଇଛି ।‌ ଉକ୍ତ ଶିବିରକୁ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରୀପୁରୀ ରଥ ରେଡକ୍ରସ ପତାକା ଉତ୍ତୋଳନ କରି ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତାନୁ କୁମ୍ଭକାର ଓ ଜେ ଆର ସି ସଚେତନତା ରାଲିକୁ ପତାକା ପ୍ରଦର୍ଶନ କରି ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଶିବିରାର୍ଥୀ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ସ୍କୁଲ ପରିସରରୁ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା ।‌ ପରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରଥଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୁମ୍ଭକାର , ଜେ ଆର ସି ଓ ରବିଚନ୍ଦ୍ର ପଶାୟତ ଯୋଗଦେଇ ଥିଲେ। ସାଧନ କର୍ମୀ ଚନ୍ଦ୍ରମଣି ବାଘ ସଭା ସଂଯୋଜନା କରିଥିବା ବେଳେ ବି ସି ସି ବୈକୁଣ୍ଠ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତିଭା ବିଶି ପ୍ରଥମ ସ୍ଥାନ , ଶିବାନୀ ମେହେର ଦ୍ବିତୀୟ , ଅର୍ଚ୍ଚନା ପଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମରେ ବ୍ଳକର ୨୭ ଗୋଟି ବିଦ୍ୟାଳୟରୁ ୨୭ ଜଣ ଶିକ୍ଷକଙ୍କ ସହ ୪୮ ଜଣ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ