Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିନ୍ନକ୍ଷମ ଙ୍କୁ ଘରେ ନେଇ ଟ୍ରାଇ ସାଇକେଲ ପ୍ରଦାନ କଲେ ବ୍ଲକ ଉପାଧ୍ୟକ୍ଷ,ଲୋକଙ୍କ ମୁହଁରେ ପ୍ରଶଂସା।

କୋକସରା:୦୨/୧୧ ଲୋକଙ୍କ ଯେ ମୌଳିକ ସମସ୍ୟା ହେଉ କି କୃଷକ ଙ୍କ ସମସ୍ୟା ଅବା ବ୍ୟକ୍ତିଗତ ସମସ୍ୟା ହେଉ ଖବର ମିଳିବା ମାତ୍ରେ ପହଞ୍ଚି ଆଶୁ ସମାଧାନ ପାଇଁ ରାସ୍ତା ବାହାର କରି ସମାଧାନ କରିବାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସିଦ୍ଧହସ୍ତ। କୋକସରା ବ୍ଲକ ଉପାଧ୍ୟକ୍ଷ ଭାବେ ପ୍ରଥମ ଥର ରାଜନୀତି ରେ ପାଦ ଦେଇ ଲୋକଙ୍କ ନିକଟରେ ଅତି ଆପଣାର ହୋଇ ପାରିଛନ୍ତି ଏହି ଯୁବ ପ୍ରତିନିଧି ଜଣକ,ଗତ କିଛିଦିନ ତଳେ ଆମପାଣି ପଂଚାୟତ ଉପାନ୍ତ ଅଞ୍ଚଳ ଝୁଲେନବର ଗାଁ ର ଜଣେ ଭିନ୍ନକ୍ଷମ ବ୍ୟକ୍ତି ଟ୍ରାଇ ସାଇକେଲ ଖଣ୍ଡିଏ ପାଇଁ ୫ ଶହ ଅଟୋ ଭଡା କରି ବ୍ଲକ କାର୍ଯ୍ୟାଳୟ କୁ ଆସିଥିଲେ, ହେଲେ ତାଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ରେ କିଛି ତ୍ରୁଟି କାରଣରୁ ପୁଣି ଥରେ ଅନ ଲାଇନ କରିବା ପାଇ କହି କର୍ମଚାରୀ ମାନେ ଫେରାଇ ଦେଇଥିଲେ,ଏହି ଖବର ବ୍ଲକ ଉପାଧ୍ୟକ୍ଷ ଙ୍କ ନିକଟରେ ପହଞ୍ଚି ବା ପରେ ତୁରନ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା ଙ୍କ ସହ ଆଲୋଚନା କରି ଭିନ୍ନକ୍ଷମ ପ୍ରମାଣପତ୍ର ଅନ ଲାଇନ କରି ବରାଡୋଙ୍ଗା ପଂଚାୟତ ର ଉପାନ୍ତ ଗାଁ ଝୁଲେନବର ର ରତନ ମାଝୀ ଙ୍କୁ ନିଜେ ଯାଇ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି। ଏହାସହ ଆମପାଣି ପଞ୍ଚାୟତ ବିରିମୁହାଁଣ ଗାଁ ର ସୁନାଦେଇ ବେୱା, ଆମପାଣି ଗ୍ରାମର ହେମନ୍ତ ମାଝୀ ଓ କଲୋନୀପଡା ର ଶବନ ନାଏକ ଙ୍କ ଘରେ ନେଇ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ଙ୍କ ସହ ଯୁବ ସମାଜସେବୀ ମନୋରଞ୍ଜନ ବାଣୁଆ, ଭାସ୍କର ଦଣ୍ଡସେନା, ରବି ନାରାୟଣ ଦାସ,ସୋନୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଉପାଧ୍ୟକ୍ଷ ଙ୍କ ଏହି ସାଧୁ ଉଦ୍ୟମ ଫଳରେ ୪ ଜଣ ଭିନ୍ନକ୍ଷମ ସୁବିଧା ପାଇ ଉପାଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇଛନ୍ତି।