Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁନେସ୍କୋରେ ପାକିସ୍ତାନର ବଡ଼ ବିଜୟ, ଭାରତକୁ ୩୮-୧୮ ଭୋଟରେ ହରାଇ ଜିତିଲା ଉପାଧ୍ୟକ୍ଷ ପଦ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ମଞ୍ଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ସର୍ବଦା ଗରମାଗରମ ବିତର୍କ ଦେଖିବାକୁ ମିଳିଥାଏ। ଗୋଟିଏ ପଟେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ନେଇ ଦୁନିଆର କିଛି ଦେଶର ସମର୍ଥନ ହାସଲ ପାଇଁ ମିଥ୍ୟା କହି ଆସୁଥିବା ବେଳେ ଅନ୍ୟପଟେ ଭାରତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ମୁଖା ଖୋଲି ଆସିଛି। ଭାରତ ସର୍ବଦା ମିଳିତ ଜାତିସଂଘରେ ପାକିସ୍ତାନକୁ ମାତ୍ ଦେଇ ଆସିଛି। ତେବେ ଗତ ଶୁକ୍ରବାର ୟୁଏନରେ ଶିକ୍ଷା, କଳା ଓ ସଂସ୍କୃତିକୁ ନେଇ ଗଠିତ ୟୁନେସ୍କୋର ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ପାକିସ୍ତାନ ଭାରତକୁ ପରାସ୍ତ କରିଛି। ଏହାକୁ ବିଡ଼ମ୍ବନା କୁହାଯିବ ଯେ ୟୁନେସ୍କୋ ତାଲିକାରେ ସାମିଲ୍ ସାରଦା ପୀଠ ମନ୍ଦିରକୁ ଭାଙ୍ଗିଥିବା ପାକିସ୍ତାନକୁ ୟୁନେସ୍କୋର ଉପାଧ୍ୟକ୍ଷ କରାଯାଇଛି।

ଗତ ଶୁକ୍ରବାର ହୋଇଥିବା ଭୋଟିଂରେ ପାକିସ୍ତାନକୁ ୩୮ ଭୋଟ୍ ମିଳିଥିବା ବେଳେ ଭାରତକୁ ମାତ୍ର ୧୮ ଭୋଟ୍ ମିଳିଛି। ଏବେ ପାକିସ୍ତାନ ଦୁଇ ବର୍ଷ ପାଇଁ ୟୁନେସ୍କୋର ଉପାଧ୍ୟକ୍ଷ ପଦରେ ରହିବ। ଉଲ୍ଲେଖନୀୟ ୟୁନେସ୍କୋର କାର୍ଯ୍ୟକାରୀ ବୋର୍ଡରେ ୫୮ ଜଣ ସଦସ୍ୟ ଦେଶ ରହିଛନ୍ତି। ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବିଜୟକୁନେଇ ପାକିସ୍ତାନ ବହୁତ ଉତ୍ସାହିତ। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସହଯୋଗ ପାଇଁ ସମସ୍ତ ଦେଶକୁ ଧନ୍ୟବାଦ ଜଣାଇଛି। ହେଲେ ପାକିସ୍ତାନର ଏହି ବିଜୟରେ ଭାରତ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ସଦସ୍ୟଙ୍କ ବିନା ମତରେ ପାକିସ୍ତାନ କୌଣସି ଐତିହାସିକ ସ୍ଥଳକୁ ତାଲିକାରୁ ବାଦ୍ ଦେଇ ପାରିବ ନାହିଁ କି ସାମିଲ୍ କରି ପାରିବ ନାହିଁ।

ବିଜୟ ପରେ ପାକିସ୍ତାନ କହିଛି ଯେ, ସେ ନିଜର ଦାୟିତ୍ଵ ତତ୍ପରତାର ସହ ନିର୍ବାହ କରିବ। ସୂଚନାଯୋଗ୍ୟ, ପାକିସ୍ତାନରେ ହିନ୍ଦୁ ମନ୍ଦିର ଓ ପ୍ରାଚୀନ ସ୍ଥଳ, କୋଠା ଉପରେ ସର୍ବଦା ଆକ୍ରମଣ ହୋଇ ଆସିଛି। ପାକିସ୍ତାନ ସରକାର ମଧ୍ୟ ଏହାକୁ ସମର୍ଥନ ଦେଇ ଆସିଛନ୍ତି। ଏପରିକି ୟୁନେସ୍କୋରେ ସାମିଲ୍ ମନ୍ଦିରଗୁଡ଼ିକୁ ମଧ୍ୟ ଭାଙ୍ଗିବାରେ ପାକିସ୍ତାନ କୁଣ୍ଠାବୋଧ କରେ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ