Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାକିରିରୁ ବହିଷ୍କୃତ ହେଲେ ବୈପାରିଗୁଡା ଥାନା ଆଇଆଇସି, ବେଆଇନ ସଂପତ୍ତି ମାମଲାରେ ଗିରଫ କରିଥିଲା ଭିଜିଲାନ୍ସ

କଟକ: ପୋଲିସ ଚାକିରିରୁ ବହିଷ୍କୃତ ହେଲେ ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁଶାନ୍ତଙ୍କୁ ଡିଜିପି ଚାକିରିରୁ ବହିଷ୍କୃତ କରିଛନ୍ତି । ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବେଆଇନ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରୁ ପ୍ରଚୁର ଟଙ୍କା ମିଳିବାରେ ଲାଗିଛି। କଟକ ବକ୍ସିବଜାର କ୍ଵାର୍ଟର୍ସରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ମିଳିଥିଲା। ତାଙ୍କ ବୈପାରିଗୁଡ଼ା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ମିଳିଥିଲା।  ଆଇଆଇସିଙ୍କ ଘର, କ୍ଵାର୍ଟର୍ସରୁ ୩୭ ଲକ୍ଷ ମିଳିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା।

ଆଇଆଇସିଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ଵିବେଦୀ  ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପିଙ୍କୁ ଚିଠି ଲେଖିଥିଲେ । ଏହା ପରେ ଡିଜିପି କାର୍ଯ୍ୟାନୁଷ୍ଠାନ ନେଇ ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବିଦା କରିଛନ୍ତି।

୨୮ ତାରିଖ ଏକ ଘରୋଇ ବସରେ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ନେଇ କଟକ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଥାନା ଅଧିକାରୀଙ୍କୁ ଅଟକ ରଖି ଜୟପୁରର ଭିଜିଲାନ୍ସ ଟିମ୍ ପଚରାଉଚରା କରିବା ସହ ତାଙ୍କର ଅନେକ ସ୍ଥାନରେ ରେଡ୍ ମାରିଥିଲା। କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣରେ ନଗଦ ଅର୍ଥ ଧରି କଟକ କାହିଁକି ଯାଉଥିଲେ ସେ ବିଷୟରେ ସବିଶେଷ ତଥ୍ୟ ଦିଆଯାଇ ନାହିଁ। ଏହା ବାଦ ଆଇଆଇସିଙ୍କ ଅଫିସରୁ ମଧ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ